ଏଥର ଜମିବ ଜିରୋ ନାଇଟ ସେଲିବ୍ରେସନ । ୨ ବର୍ଷର କରୋନା କଟକଣା ପରେ ଧୁମଧାମରେ ନୂଆବର୍ଷ ପାଳନ କରିବେ ଲୋକ । ଏଥିପାଇଁ ଭୁବନେଶ୍ବରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ୨୦୨୩ କୁ ସ୍ବାଗତ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ହୋଟେଲ, ପବ, ଡ୍ୟାନ୍ସ ବାର । ଏହି ସମୟରେ କିଭଳି ଶାନ୍ତି ଶୃଙ୍ଖଳା ଅବଲମ୍ବନ କରାଯିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ କରିଛନ୍ତି ଉଭୟ କମିଶନରେଟ ପୋଲିସ ଓ ଅବକାରୀ ବିଭାଗ । ଆସନ୍ତା ସପ୍ତାହରୁ ବାର, ପବ୍, ହୋଟେଲରେ ଚେକିଂ । ଧୁମଧାମରେ କଟିବ ବଡ଼ଦିନ ଓ ନୂଆବର୍ଷ । ଦୁଇ ବର୍ଷ ପରେ ଜମିବ ଜିରୋ ନାଇଟ ସେଲିବ୍ରେସନ । ବର୍ତ୍ତମାନ ଅନୁମତି ନେଇ ରାତି ୧୨ ପରେ ଡ୍ୟାନ୍ସ ବାର ଓ ପବ ଖୋଲୁଥିବା ବେଳେ ୨୪ ତାରିଖରୁ ଜାନୁଆରୀ ୮ ପର୍ଯ୍ୟନ୍ତ ଏଥିରେ ରୋକ ଲାଗିବ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି