The Topmost

“The eyes believe themselves, the ears believe other people.”

ଏଥର ଗର୍ଜିବ ସ୍ବଦେଶୀ ତୋପ

ଏଥର ସ୍ବତନ୍ତ୍ର ହେବ ଗଣତନ୍ତ୍ର ଦିବସ । ଚଳିତ ଗଣତନ୍ତ୍ର ଦିବସରେ ଦିଆଯିବ ୨୧ ସ୍ବଦେଶୀ ଫିଲ୍ଡ ବନ୍ଧୁକରେ ସଲାମୀ । ହଟିବ ୨୫ ବିଦେଶୀ ପାଉଣ୍ଡର ବନ୍ଧୁକ । ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ବଢାଇବା ପାଇଁ ଆରମ୍ଭ ହୋଇଛି ଏହି ପ୍ରୟାସ । ପାରମ୍ପରିକ ଭାବରେ ଗଣତନ୍ତ୍ର ଦିବସରେ ୨୧ ତୋପ ସଲାମୀ ପାଇଁ ବ୍ରିଟିଶ ଯୁଗର ୨୫ ପାଉଣ୍ଡର ଆର୍ଟିଲିରି ବନ୍ଧୁକ ବ୍ୟବହାର କରାଯାଉଥିଲା  । କିନ୍ତୁ ଏଥର ଭାରତରେ ନିର୍ମିତ ୧୦୫ ମିଲିମିଟର ଇଣ୍ଡିଆନ ଫିଲ୍ଡ ବନ୍ଧୁକରେ ଦିଆଯିବ ସଲାମୀ । ଦିଲ୍ଲୀ AIR ମୁଖ୍ୟ ମେଜର ଜେନେରାଲ ଭବନିଶ କୁମାର କହିଛନ୍ତି ଯେ, ଆମେ ସ୍ବଦେଶୀ କରଣ ଦିଗରେ ଗତି କରୁଛୁ । ଏବେ ଆମର ସମସ୍ତ ଯନ୍ତ୍ରାପାତି ଏବଂ ହତିଆର ସ୍ବଦେଶୀ ହେବ । ସେଥିପାଇଁ ଚଳିତ ବର୍ଷ ୭୪ତମ ଗଣତନ୍ତ୍ର ଦିବସ ପରେଡରେ ଅଧିକାଂଶ ପ୍ରତିରକ୍ଷା ଉପକରଣ ସ୍ବଦେଶୀ ଭାବେ ପ୍ରଦର୍ଶନ କରାଯିବ ।