ଆଗକୁ ଦୁର୍ଗାପୂଜା ବା ଦଶହରା ଆସୁଛି । ଏନେଇ ରାଜଧାନୀରେ ସ୍ୱତନ୍ତ୍ର ବାଇକ୍ ପେଟ୍ରୋଲିଂ ଆରମ୍ଭ ହୋଇଯାଇଛି । ପୂଜା ପାଇଁ ଟିମ୍-୬୦ ଓ ଟ୍ରାଫିକ୍ ପୋଲିସର ସ୍ପେଶାଲ ଡ୍ରାଇଭ୍ । ପାର୍ବଣରେ ବଢୁଥିବା ନିଶା କାରବାର ଓ ଅପରାଧକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ବାଇକ୍ ପେଟ୍ରୋଲିଂ ଆରମ୍ଭ ହୋଇଛି । ଟିମ୍-୬୦ ଓ ଟ୍ରାଫିକ୍ ପୋଲିସ ମିଳିତ ଭାବେ ରାଜଧାନୀରେ ପଇଁତରା ମାରିଛନ୍ତି । ଗଳିକନ୍ଦିରେ ଜମିଥିବା ଖଟିକୁ ଭାଙ୍ଗିବା ସହ ଖୋଲାରେ ମଦ ପିଉଥିବା ପ୍ରାୟ ୨୦ ଜଣଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି । ତେବେ ଆଗାମୀ ଦିନରେ ଏହିପରି ସ୍ୱତନ୍ତ୍ର ଡ୍ରାଇଭ୍ ଚାଲିବ ବୋଲି ସୂଚନା ମିଳିଛି ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି