ଏଣିକି ରାସନ କାର୍ଡଧାରୀଙ୍କୁ ମିଳିବ ପୌଷ୍ଟିକ ତତ୍ତ୍ୱଯୁକ୍ତ ଚାଉଳ । ସରକାର ରାସନ କାର୍ଡ ଧାରକଙ୍କ ପାଇଁ ଅନେକ ପ୍ରକାରର ପଦକ୍ଷେପ ନେଉଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ସାର୍ବଜନିକ ରାସନ ବିତରଣ ପ୍ରଣାଳୀରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯୋଗୀ ସରକାରଙ୍କ ଅନୁଯାୟୀ, ୨୦୨୩ ଆରମ୍ଭରୁ ରାଜ୍ୟରେ ରାସନ ବିତରଣ ପ୍ରଣାଳୀ ଅଧିନରେ ସମସ୍ତ ରାସନ ଦୋକାନରେ ଫୋର୍ଟିଫାଏଡ ଅର୍ଥାତ୍ ପୌଷ୍ଟିକ ତତ୍ତ୍ୱ ଯୁକ୍ତ ଚାଉଳ ମିଳିବ । ତେବେ ଏହି ଫୋର୍ଟିଫାଏଡ ଚାଉଳ ଅଧିକ ପୁଷ୍ଟିକର ରହିଥାଏ । ଏଥିରେ ଆଇରନ, ଫଲିକ ଏସିଡ ଏବଂ ଭିଟାମିନ ବି-୧୨ ରହିଥାଏ । ସାର୍ବଜନିକ ବିତରଣ ପ୍ରଣାଳୀ ଅଧିନରେ ଉତ୍ତରପ୍ରଦେଶରେ ପାଖାପାଖି ୮୦ ହଜାର ଦୋକାନ ରହିଛି । ଏହି ଦୋକାନ ମାଧ୍ୟମରେ ୩.୫୯ କୋଟି ରାସନ କାର୍ଡଧାରୀଙ୍କୁ ଫୋର୍ଟିଫାଏଡ ଚାଉଳ ମିଳିବ । ଯାହାଦ୍ବାରା ୧୫ ହଜାର କୋଟି ଲୋକ କୁପୋଷଣରୁ ରକ୍ଷା ପାଇବେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ