ଏଣିକି ଚୀନ୍ର ଯେ କୌଣସି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ଜାପାନ । ଚୀନ୍ ଜାପାନ ବିରୋଧରେ ମଧ୍ୟ ଆକ୍ରମଣାତ୍ମକ ପଦକ୍ଷେପ ନେଉଥିବାରୁ ଏହାର ମୁକାବିଲା ପାଇଁ ଜାପାନ ବିଶାଳ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ପ୍ରକ୍ରିୟାରେ ପ୍ରାୟ ୧୦୦୦ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ମୁତୟନ ପାଇଁ ଜାପାନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ଷେପଣାସ୍ତ୍ରଗୁଡ଼ିକ ଜାହାଜ ଏବଂ ଯୁଦ୍ଧ ବିମାନରୁ ଛଡ଼ାଯାଇପାରିବ । ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ୍ ବିଶାଳ ସମରାଭ୍ୟାସ ଜାରି ରଖିଛି । ଏବଂ ଜାପାନର ସ୍ବତନ୍ତ୍ର ଆର୍ଥିକ ଜୋନ୍ ଉପରେ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ କରିଛି । ଟୋକିଓ ଏହାର ତୀବ୍ର ବିରୋଧ କରିବା ସହ ଚୀନ୍ର ମୁକାବିଲା ପାଇଁ କ୍ଷେପଣାସ୍ତ୍ର ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ହାଇଆଲର୍ଟରେ ରଖିଛି । ସେପଟେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ଦେଶର ସାମରିକ ଶକ୍ତି ବୃଦ୍ଧି ପାଇଁ ୪୦.୨ ବିଲିୟନ ଡଲାର ବ୍ୟୟବରାଦ କରିଛନ୍ତି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା