The Topmost

“The eyes believe themselves, the ears believe other people.”

ଏଣିକି ଆହୁରି ବଳୁଆ ହେବ ଭାରତୀୟ ସେନା

ଏଣିକି ଆହୁରି ବଳୁଆ ହେବ ଭାରତୀୟ ସେନା । ଏନେଇ ସେନା ହାତକୁ ସ୍ବଦେଶୀ ଅସ୍ତ୍ର ଦେଇଛନ୍ତି ରାଜନାଥ ସିଂହ । ଲଦାଖରେ ଏଲ୍‌ଏସି ନିକଟରେ ଚୀନ୍ ସେନା ସହ ଭାରତର ମୁହାଁମୁହିଁ ଅବସ୍ଥା ଲାଗି ରହିଥିବା ବେଳେ ଆମ ସେନାକୁ ଆହୁରି ବଳିଷ୍ଠ କରିବାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରୟାସ । ସେ ସ୍ବଦେଶରେ ନିର୍ମିତ ଅନେକ ଅସ୍ତ୍ରଶସ୍ତ୍ର ସେମାନଙ୍କ ହାତରେ ଅର୍ପଣ କରିଛନ୍ତି । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ସେନାକୁ ଦେଇଛନ୍ତି, ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ, ଆଣ୍ଟି-ପର୍ସନେଲ ମାଇନ୍, ଏଫ୍‌-ଇନ୍‌ସାସ୍ ସିଷ୍ଟମ୍, ସ୍ବୟଂକ୍ରିୟ ଯୋଗାଯୋଗ ବ୍ୟବସ୍ଥା ଏବଂ ଦୂରକୁ ଦେଖିବା ପାଇଁ ବିକଶିତ ବ୍ୟବସ୍ଥା । ଏସବୁ ପ୍ରଦାନ କରି ରାଜନାଥ ଆଶାବ୍ୟକ୍ତ କରିଛନ୍ତି ଯେ, ଏହି ଅସ୍ତ୍ରଶସ୍ତ୍ର ବା ଯନ୍ତ୍ରଗୁଡ଼ିକ ଆମ ସେନାର ଦକ୍ଷତା ବୃଦ୍ଧି କରିବ । ଏହାସହ ଶତ୍ରୁ ସେନା ସହ ଲଢ଼ିବା ପାଇଁ ସେମାନଙ୍କ ପ୍ରସ୍ତୁତି ଭଲ ରହିବ ଓ ମନୋବଳ ବୃଦ୍ଧି ପାଇବ ।