ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିବେ ମଲ୍ଲିକାର୍ଜୁନ ଖଡଗେ । ଏକ ବ୍ୟକ୍ତି ଏକ ପଦବୀ ନୀତିରୁ ପଲଟିଲା କଂଗ୍ରେସ । ରବିବାର କଂଗ୍ରେସ ନେତା ଜୟରାମ ରମେଶ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଖଡଗେ ଦଳର ସଭାପତି ସହିତ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଧ୍ୟ ରହିବେ । ରବିବାର ଦଳର ଷ୍ଟିୟିରିଂ କମିଟି ବୈଠକ ବସିଥିଲା । ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡେଗ, ଅଶୋକ ଗେହଲଟ, ଭୂପେଶ ବାଘେଲଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ ଖଡଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିବେ ବୋଲି ନିଷ୍ପତି ନିଆଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ