The Topmost

“The eyes believe themselves, the ears believe other people.”

‘ଏକ୍ସଏଆଇ’ ବିକାଶ କରୁଛି ପ୍ରଥମ ଏଆଇ ଟୁଲ ‘ଗ୍ରୋକ୍’

ଚାଟଜିପିଟର ଆସିବ ବିକଳ୍ପ । ଆର୍ଟିଫିସିଆଲ ଇଂଟିଲିଜେନ୍ସ(ଏଆଇ) ଟେକ୍ନୋଲୋଜିରେ ବିକଶିତ ହୋଇଥିବା ଚାଟଜିପିଟର ବିକଳ୍ପ ଭାବେ ଆସିବ ‘ଗ୍ରୋକ୍’ । ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସଏଆଇ’ ତାହାର ପ୍ରଥମ ଏଆଇ ଟୁଲ ‘ଗ୍ରୋକ୍’ର ପରୀକ୍ଷଣ ଆରମ୍ଭ କରିଛି । ଏବେ ଏହାର ବିଟା ପରୀକ୍ଷା ଚାଲିଛି । ପରୀକ୍ଷଣ ସଫଳ ହେବା ପରେ ଏହା ଇଂଟରନେଟରେ ଉପଲବ୍ଧ ହେବ । କିନ୍ତୁ ଏହା କେବଳ ମସ୍କଙ୍କ ସୋସିଆଲ ମିଡିଆ ସଂସ୍ଥା ଏକ୍ସରେ ପ୍ରିମିୟମ ସବସ୍କିପସନ ନେଇଥିବା ଲୋକଙ୍କ ପାଇଁ ଉପଲବ୍ଧ ହେବ । ଆମେରିକାର ସଂସ୍ଥା ଓପନଏଆଇ ବିକାଶ କରିଥିବା ଚାଟଜିପିଟି ବିକଳ୍ପ ‘ଗ୍ରୋକ୍’ ଉଭାହେବ ବୋଲି କୁହାଯାଉଛି । ସବୁଠୁ ବଡ଼ କଥା ହେଉଛି ନିଜେ ମସ୍କ ଚାଟଜିପିଟିକୁ ବିରୋଧ କରୁଛନ୍ତି । ଏହା ମାନବ ସମାଜ ପ୍ରତି ବଡ଼ ବିପଣ ଆଣିବ ବୋଲି ମସ୍କ କହୁଥିବା ବେଳେ ନିଜେ ଏହାର ବିକଳ୍ପ ତିଆରି କରୁଛନ୍ତି । ‘ଗ୍ରୋକ୍’ କଠିନରୁ କଠିନ ପ୍ରଶ୍ନର ପ୍ରଶ୍ନର ଉତର ଦେବା ସହ କେଉଁ ପ୍ରଶ୍ନ ପଚାରିବା ଦରକାର ତାହା ଉପରେ ମଧ୍ୟ ପରାମର୍ଶ ଦେବ । ‘ଗ୍ରୋକ୍’ ହେଉଛି ଏକ ଏଆଇ ମଡେଲ ଯାହାକୁ ବ୍ରିଟେନର ଲେଖବ ଡଗଲାସ୍ ଆଦମଙ୍କ ଠୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯିବ ।