ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି । ଦୀର୍ଘ ଏକମାସ କଲବଲ କରିବା ପରେ କମିଲା ପରିବା ଦର । ଗତ ଏକ ମାସ ଧରି ଖାଉଟିଙ୍କୁ କଲବଲ କରିଛି ପରିବା ଦର । ଯାହାକୁ ଛୁଇଁବ ୮୦ ପାର । ଯାହାକୁ ନେଇ ଚିନ୍ତାରେ ଥିଲେ ଖାଉଟି । ତେବେ ଏବେ ନୂଆ ପରିବା ଆସିବା ସହ ବାହାର ଆମଦାନି ପହଞ୍ଚିବା ପରେ ସ୍ଥିତିରେ ସୁଧାର ଆସିଛି । ଦରବୃଦ୍ଧି ଯୋଗୁଁ ବିକ୍ରି ବଟା ବି ଭଲ ହେଉ ନଥିଲା । ଲୋକେ ପରିବା ବଦଳରେ ଆମିଷ ଉପରେ ଅଧିକ ନିର୍ଭର କରୁଥିଲେ । ହେଲେ ଏବେ ନୂଆ ଅମଳ ଆସିବା ପରେ ଦରରେ ୫୦ ପ୍ରତିଶତ ହ୍ରାସ ପାଇଥିବା କହିଛନ୍ତି ବ୍ୟବସାୟୀ । ତେବେ ପୁରୁଣା ଦର ହିସାବରେ ବାଇଗଣ ଦର ୮୦ ଥିଲା ଏବେ ୪୦ ଟଙ୍କାରେ ମିଳୁଛି । ସେହିପରି ପୋଟଳ ୨୦ ରୁ ୩୦ ଟଙ୍କା, କାକୁଡି ୩୦ ରୁ ୪୦, କଖାରୁ ୧୫ ଟଙ୍କା, ଭେଣ୍ଡି ୨୦ରୁ ୨୫, ଅମୃତଭଣ୍ଡା ୧୫ ଟଙ୍କା, ଗାଜର ୩୦, କଞ୍ଚାଲଙ୍କା-୯୦, ବିନ୍ ୩୦ ଟଙ୍କାରେ ମିଳୁଛି । ତେବେ ଟମାଟୋ ଦର ୯୦ରୁ ୧୦୦ ଟଙ୍କା ରହିଛି । ଏବେ ମୂଲ୍ୟ ହ୍ରାସ ପାଇଥିବାବେଳେ ଆଉ କିଛି ଦିନ ପରେ ଅମଳ ବଢିଲେ ଦର ଆହୁରି କମିପାରେ ବୋଲି ଲୋକେ ଆଶାବ୍ୟକ୍ତ କରିଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ