The Topmost

“The eyes believe themselves, the ears believe other people.”

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ପଲିଟିକ୍ସରେ ଆସିଲା ନୂଆ ଟ୍ବିଷ୍ଟ । ଦେବେନ୍ଦ୍ର ଫଡନାବିସ ନୁହଁନ୍ତି ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ । ଏନେଇ ନିଜେ ଫଡନାବିସ୍ ଘୋଷଣା କରିଛନ୍ତି । ଆଜି ସନ୍ଧ୍ୟା ସାଢେ ୭ଟାରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ସିନ୍ଦେଙ୍କୁ ବିଜେପି କରିବ ସମର୍ଥନ । କ୍ଷମତା ନୁହେଁ, ହିନ୍ଦୁତ୍ବ ପାଇଁ ବିଜେପି ସମର୍ଥନ ଦେଇଥିବା ସ୍ପଷ୍ଟ କଲେ ଫଡନାବିସ୍ । ଉଭୟ ଫନଡାବିସ ଏବଂ ସିନ୍ଦେ ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ । ଏଥିରେ ଫଡନାବିସ୍ କହିଥିଲେ ଯେ ବିଧାନସଭା ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ଦଳ ଭାବେ ବିଜୟୀ ହୋଇଥିଲା । ଶିବସେନା, ବିଜେପି ସହ ମିଶି ନିର୍ବାଚନ ଲଢିଥିଲା । ହେଲେ ଶିବସେନା ଏନସିପି ଓ କଂଗ୍ରେସ ସହ ହାତ ମିଶାଇଲା ଯାହାକି ଜନମତ ପାଇଁ ଅପମାନ ଥିଲା ।