The Topmost

“The eyes believe themselves, the ears believe other people.”

ଏକଛତ୍ରବାଦ ସରକାର ବିରୋଧରେ ନାରାବାଜି

ଚୀନରେ ଏକଛତ୍ରବାଦ ସରକାର ବିରୋଧରେ ନାରାବାଜି । ହାତଗଣତି କରୋନା ସଂକ୍ରମିତ ଚିହ୍ନଟ ହେଲେ ବି ଲକଡାଉନ କରୁଛନ୍ତି ସରକାର । ଏହାକୁ ନେଇ ସାରା ଦେଶରେ ଜୋରଦାର ବିରୋଧ । କୋଭିଡ କଟକଣା ଯୋଗୁଁ ଲୋକଙ୍କ ଜୀବନ ଜୀବୀକା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ସରକାର କିନ୍ତୁ ଏହାକୁ ଅଣଦେଖା କରୁଛନ୍ତି । ସରକାର ଲୋକଙ୍କ ସ୍ଥିତି ଉପରେ ସମ୍ପୂର୍ଣ୍ଣ ଅଜଣା । ଏ ନେଇ ସରକାରଙ୍କ ବିରୋଧରେ ତେଜୁଛି ଜନ ଅସନ୍ତୋଷ । ଦେଶର ଅଧିକାଂଶ ସହରରେ ଉଗ୍ର ଆନ୍ଦୋଳନ ଜାରି ରହିଛି । ଚୀନ ସରକାରଙ୍କ ଜିରୋ କୋଭିଡ ପଲିସିକୁ ନେଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଲଗାତାର ସଂକ୍ରମଣ ବଢୁଥିବା ବେଳେ ଲକଡାଉନ କଟକଣାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି । ଆଣ୍ଟି ହ୍ୟୁମାନ କୋଭିଡ ପଲିସିକୁ ବିରୋଧ କରି ନାରାବାଜି କରିବା ସହ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତଫା ପାଇଁ ବିକ୍ଷୋଭକାରୀ ଦାବି କରିଛନ୍ତି ।