ବିଜେଡି ଗଠନାତ୍ମକ ବିରୋଧରେ ବିଶ୍ୱାସ କରେ । କିନ୍ତୁ ଓଡିଶା ବିଜେପି ଗଠନାତ୍ମକ ବିରୋଧ କରୁନାହିଁ ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତ ସମୟରେ ବିଜେଡି-ବିଜେପି ମଧ୍ୟରେ ସମ୍ପର୍କକୁ ନେଇ ହୋଇଥିବା ଅଭିଯୋଗର ସେ ଉତର ରଖିଥିଲେ । ପାଣ୍ଡିଆନ କହିଥିଲେ, ଦରକାର ବେଳେ ବିଜେଡିକୁ ବିରୋଧ କରିଛି ବିଜେଡି । ଏହାର ଉଦାହରଣ ଭାବେ ସେ କୃଷି ଆଇନ ଓ ଏନଆରସି କଥା କହିଥିଲେ । ରାହୁଲଙ୍କ ନ୍ୟାୟ ଯାତ୍ରା ଉପରେ ପାଣ୍ଡିଆନ କହିଥିଲେ, ଏହା ଓଡିଶାରେ ପଂହଚିଛି ବୋଲି ମୁଖ୍ୟମନ୍ତ୍ରୀ ସମ୍ଭବତଃ ଜାଣିନଥିବେ । ତେବେ ଏଥିରୁ କଂଗ୍ରେସକୁ ଯଦି କିଛି ଲାଭ ମିଳେ ଭଲ ହେବ । ରାଜ୍ୟରେ ତ୍ରିକୋଣୀୟ ମୁକାବିଲା ହେବ ବୋଲି ସେ କହିଛନ୍ତି । ଶ୍ରୀଜଗନ୍ନଥ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଥିଲା । ଏଥିପାଇଁ ସେ ରାଜନୈତିକ ରିସ୍କ ନେଇଥିଲେ । ପ୍ରକଳ୍ପକୁ ନେଇ ନକାରାତ୍ମକ ପ୍ରଚାର କରାଯାଉଥିଲା ବୋଲି ଅଭିଯୋଗ ଆଣିଛନ୍ତି ଭି.କେ.ପାଣ୍ଡିଆନ । ବ୍ୟୁରୋକ୍ରାଟରୁ ବିଜେଡି ନେତା ହେବାର ଯାତ୍ରା ସମ୍ପର୍କରେ ଭି.କେ ପାଣ୍ଡିଆନ କହିଥିଲେ, ଲୋକଙ୍କ ସେବା ପାଇଁ ଅନ୍ତରାତ୍ମା ଡାକିଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଥିଲେ ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା