The Topmost

“The eyes believe themselves, the ears believe other people.”

ଋଷ-ୟୁକ୍ରେନ ଯୁଦ୍ଧରେ ଅସ୍ତ୍ର ଯୋଗାଇବ ନାହିଁ ଚୀନ୍

ଋଷ-ୟୁକ୍ରେନ ଯୁଦ୍ଧରେ କୌଣସି ପକ୍ଷକୁ ଅସ୍ତ୍ର ଯୋଗାଇବ ନାହିଁ ଚୀନ୍ । ଏନେଇ ଘୋଷଣା କରିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ କ୍ବିନ ଗାଙ୍ଗ୍ । ଯୁଦ୍ଧରେ ଋଷକୁ ଚୀନ୍ ଯୁଦ୍ଧାସ୍ତ୍ର ସହଯୋଗ କରିବ ବୋଲି ପାଶ୍ଚାତ୍ୟ ରାଷ୍ଟ୍ର ଯେଉଁ ଆଶଙ୍କା ବ୍ୟକ୍ତ କରୁଥିଲେ ତାହା ଦୂର ହୋଇଛି । ଗାଙ୍ଗ୍ କହିଛନ୍ତି- ଯୁଦ୍ଧରେ ଚୀନ୍ ନିରପେକ୍ଷ ରହିବ । ତେବେ ଋଷକୁ ଚୀନର ରାଜନୈତିକ ଓ ଅର୍ଥନୈତିକ ସମର୍ଥନ ଜାରି ରହିବ । ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଚୀନ୍ ଉଦ୍ୟମ କରିବ ବୋଲି ସେ କହିଛନ୍ତି । ସେପଟେ ଚୀନର ଏହି ଘୋଷଣାକୁ ସ୍ବାଗତ କରିଛି ହ୍ବାଇଟ୍ ହାଉସ୍ । ଋଷକୁ ଚୀନର ସମ୍ଭାବ୍ୟ ଅସ୍ତ୍ର ଯୋଗାଣକୁ ନେଇ ପୂର୍ବରୁ ଚିନ୍ତା ବ୍ୟକ୍ତ କରିଥିଲା ୟୁରୋପିଆନ ୟୁନିୟନ । ସେପଟେ ୟୁକ୍ରେନର ବାଖମତ ଓ ଖେରସନରେ ପୁଣି ଆଟାକ୍ କରିଛନ୍ତି ଋଷ ସୈନ୍ୟ । ଘଟଣାରେ ୨ ଜଣ ନାଗରିକ ପ୍ରାଣ ହରାଇଛନ୍ତି । ୟୁକ୍ରେନର ପୂର୍ବାଞ୍ଚଳରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଘମାଘୋଟ ସଂଘର୍ଷ ଚାଲିଥିବା ସୂଚନା ମିଳିଛି ।