() ଋଷ-ୟୁକ୍ରେନ ଯୁଦ୍ଧକୁ ଏହାରି ଭିତରେ ୧୦୦ ଦିନ ପୁରିଯାଇଛି । ଏନେଇ ଜେଲେନସ୍କି ଏକ ହୃଦୟବିଦାରକ ତଥ୍ୟ ପ୍ରକାଶ କରିଛନ୍ତି । ଋଷ ସେନା ୟୁକ୍ରେନର ୨ଲକ୍ଷରୁ ଅଧିକ ଶିଶୁଙ୍କୁ ଅପହରଣ କରିନେଇଛନ୍ତି । ଏହା ହେଉଛି ଋଷର ଯୁଦ୍ଧ ଷଡଯନ୍ତ୍ର । କାରଣ ଏପରି କରି ଋଷ ଶିଶୁ ମାନଙ୍କୁ କେବଳ ଅପହରଣ କରିନାହିଁ । ବରଂ ସେମାନଙ୍କୁ ନେଇ ଏପରି ପ୍ରଶିକ୍ଷଣ ଦେବ ଯାହାଦ୍ୱାରା ସେମାନେ ନିଜ ଦେଶକୁ ହିଁ ଭୁଲିଯିବେ । ଭବିଷ୍ୟତରେ ଆଉ ଫେରିପାରିବେ ନାହିଁ । ତେବେ ଏହା ଋଷର ଏକ ଅପରାଧିକ ଷଡଯନ୍ତ୍ର ବୋଲି ଜେଲେନସ୍କି କହିଛନ୍ତି । ୟୁକ୍ରେନର ନାଟୋ ସଦସ୍ୟତାକୁ ନେଇ ଋଷ ଏପରି ଉତ୍ୟକ୍ତ ହୋଇଥିଲା ଯେ ଯୁଦ୍ଧ ଡାକରା ଦେଇଥିଲା । ଫଳରେ ଫେବୃଆରୀ ୨୪ ତାରିଖ ଠାରୁ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଋଷ୍ । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଆକ୍ରମଣ କରିଥିଲା । ତଥାପି ହାର ମାନି ନାହାଁନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ।https://thetopmost.in/teach-your-self-to-be-happy-with-others-happiness/
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ