ଜାନୁଆରି ପହିଲାରେ ରୁଷ ଅଧିକୃତ ଡୋନେସ୍କ ରାଜ୍ୟର ରାଜଧାନୀ ମାକିଭକାରେ ହୋଇଥିବା ୟୁକ୍ରେନର ଭୟଙ୍କର କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ମୃତ୍ୟୁବରଣ କରିଥିବା ରୁଷ ସୈନ୍ୟଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି । ଏହି ଘଟଣା ସମଗ୍ର ରୁଷରେ ଆଲୋଡନ ଖେଳାଇ ଦେଇଛି ଓ ରୁଷ ଲୋକଙ୍କ ମଧ୍ୟରେ ଜନମତ ତେଜିବାରେ ଲାଗିଛି । ତେବେ ଏ ସଂପର୍କରେ ରୁଷର ମିଲିଟାରୀ ପକ୍ଷରୁ କୁହାଯାଇଛି ଯେ ରୁଷ ସୈନ୍ୟମାନେ ବେଆଇନ ଭାବେ ମୋବାଇଲ ଫୋନ ବ୍ୟବହାର କରୁଥିବାରୁ ଏପରି ଘଟଣା ଘଟିଲା । କୌଣସି ରୁଷ ସୈନ୍ୟଙ୍କ ମୋବାଇଲ ଫୋନକୁ ଟ୍ରାକ୍ କରି ୟୁକ୍ରେନ ପକ୍ଷରୁ ଏହି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା ବୋଲି ରୁଷ କହିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ