The Topmost

“The eyes believe themselves, the ears believe other people.”

russia-ukraine crices

ଋଷ୍‌କୁ ଏକଘରିଆ କଲା ଆମେରିକା:

ଦିଲ୍ଲୀ: ମାର୍ଚ୍ଚ ୦୨: ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଉପରେ ମହଙ୍ଗା ପଡ଼ିଛି । ୟୁରୋପୀୟ ଦେଶ ଓ ନାଟୋ ସଂଘର କଥା ନମାନି ଋଷ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧ ଆରମ୍ଭ କରିଛି । ଯୁଦ୍ଧର ପରିଣାମ କଦଣ ହେବ ସେ କଥା ପୁଟିନ୍‌ ଭୁଲିଯାଇନ୍ତି । ଏଣୁ ପୁଟିନ୍‌ଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଓ ଭବିଷ୍ୟରେ ଅନ୍ୟ କୌଣସି ରାଷ୍ଟ୍ର ଏହିପରି ଭୁଲ୍‌ ଯେପରି ନକରୁ ସେଥିପାଇଁ ଆମେରିକା ଋଷ୍‌ ବିରୋଧରେ ଏକ ବଡ଼ ଘୋଷଣା କରିଛି ।

ୟୁକ୍ରେନ ଉପରେ ଆକ୍ରମଣର ଏକପାଖିଆ ନିଷ୍ପତି କରି ଋଷିଆର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଥିବା କଥା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି । ସାରା ବିଶ୍ୱରେ ଋଷିଆ କିଭଳି ଏକଘରିକିଆ ହୋଇଯାଇଛି ସେନେଇ ସୂଚନା ସେ ଦେଇଛନ୍ତି । ଋଷ ବିରୋଧରେ ନିଆଯାଇଥିବା ସମସ୍ତ ପଦକ୍ଷେପ ବାବଦରେ ସୂଚନା ଦେବ ସହ ୟୁକ୍ରେନକୁ କିଭଳି ସହାୟତା କରାଯାଇପାରିବ ସେନେଇ ଆମେରିକା ରାଷ୍ଟ୍ରପତି ଦେଶବାସୀଙ୍କୁ କହିଛନ୍ତି ।

ଆମେରିକା ରାଷ୍ଟ୍ରପତି କହିଛନ୍ତି-
ଋଷ୍‌ର ବିମାନ ଆମେରିକା ବାୟୁସୀମାରେ ଆଉ ପ୍ରବେଶ କରିପାରିବ ନାହିଁ । କେବଳ ଆମେରିକା ନୁହେଁ ନାଟୋର ସଦସ୍ୟ ରାଷ୍ଟ୍ର ମଧ୍ୟ ଏଭଳି ପଦକ୍ଷେପ ନେଇ ସାରିଛନ୍ତି ।ରାଷ୍ଟ୍ରପତି ପୁଟିନଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଇତିହାସରେ ଏହି ଯୁଦ୍ଧ ଏକ କଳାଦାଗ ହୋଇ ରହିବ ।ୟୁକ୍ରେନ ବିରୋଧରେ ଯୁଦ୍ଧ କାରଣରୁ ଋଷ୍‌ର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହିଁ ଦାୟି ରହିବେ ବୋଲି ଆମେରିକା ରାଷ୍ଟ୍ରପତି ସିଧାସଳଖ କହିଛନ୍ତି ।

ଯୁଦ୍ଧର ପରିଣାମ ଭୁଲି ପୁଟିନ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧ କରୁଛନ୍ତି । ସେ କେବଳ ୟୁକ୍ରେନର ସେନା ସହ ଲଢେଇ କରୁନାହିଁ ବରଂ ଋଷ୍‌ର ସାଧାରଲୋକଙ୍କ ସହ ମଧ୍ୟ ଲଢେଇ କରୁଛନ୍ତି ।ଯଦିଓ ଆମେରିକା ସିଧାସଳଖ ଯୁଦ୍ଧରେ ସାମିଲ ହେବ ନାହିଁ , କି;ୁ ଋଷ୍‌ ବିରୋଧରେ ସବୁପ୍ରକାର କଟକଣା ଲଗାଇବାକୁ ନିଷ୍ପତି କରିସାରିଛି । ଏହା ସହିତ ନାଟୋ ସଦସ୍ୟ ରାଷ୍ଟ୍ରର ଇଞ୍ଚେ ମଧ୍ୟ ଜାଗା ଅକ୍ତିଆର କରିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବାଇଡେନ୍‌ ।

ଏକଛତ୍ରବାଦୀଙ୍କୁ ନିଜ କୁକର୍ମର ପରିଣାମ ଭୋଗିବାକୁ ନପଡିଲେ ସେମାନେ ଅଧିକ ଆକ୍ରମଣାତ୍ମକ ହୋଇପଡନ୍ତି । ଫଳରେ ଏହାର ଫଳ ଆମେରିକା ଓ ପୂରାବିଶ୍ୱକୁ ଭୋଗିବାକୁ ପଡେ । ଏଭଳି ସଙ୍କଟଜନକ ସ୍ଥିତିରେ ଆମେରିକା ଏହାର ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସହିତ ମଜଭୁତ ସହିତ ଛିଡା ହୋଇଛି ।ଋଷ୍‌କୁ ଶିକ୍ଷା ଦେବା ପାଇଁ ଏକାଠି କାମ କରୁଛନ୍ତି ୟୁରୋପୀୟ ସଂଘ । ଋଷ୍‌ର ଶାସକଙ୍କ ବିମାନ, ଜାହାଜ, ଓ ବିଳାଶପୂର୍ଣ୍ଣ ଅଟ୍ଟାଳିକା ଆଦିକୁ ଜବତ କରାଯାଉଛି ।

ଆମେରିକା ରାଷ୍ଟ୍ରପତି ବାଇଡେନ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ୍‌ର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ସେମାନଙ୍କ ନାଗରିକ ପର୍ଯ୍ୟନ୍ତ ସମସ୍ତେ ପୁଟିନ୍‌ ଆକ୍ରମଣକୁ ନିର୍ଭିକତା, ସାହସ ଓ ନିଷ୍ଠାର ସହିତ ସାମ୍ନା କରିଛନ୍ତି, ଯାହା ବିଶ୍ୱକୁ ପ୍ରେରଣା ଯୋଗାଇଛି । ଋଷ୍‌ ଏବଂ ରାଷ୍ଟ୍ରପତି ପୁଟିନ୍‌ ଉପରେ କଠୋର ପ୍ରତିବନ୍ଧକ ଲଗାଇବାରେ ୟୁରୋପ ଓ ନଟୋ ସହଯୋଗୀମାନେ ଆମେରିକାର ନିଷ୍ପତ୍ତ ସହିତ ଠିଆ ହେବା ଓ ରଣନୀତିକୁ ସହଯୋଗ କରୁଥିବାରୁ ବାଇଡେନ୍‌ ସେମାନଙ୍କୁ ପ୍ରଶଂସା କରିଛନ୍ତି ।