ନୂଆଦିଲ୍ଲୀ: ଫେବୃଆରୀ ୨୨: ପୂର୍ବ ସୋଭିଏତ୍ ରାଜ୍ୟରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଆଜି ସକାଳେ ୟୁକ୍ରେନ ଅଭିମୁଖେ ଯାତ୍ରା କରିଛି । ୨୦୦ରୁ ଅଧିକ ସିଟ୍ କ୍ଷମତା ବିଶିଷ୍ଟ ଡ୍ରିମଲିନର୍ ବି-୭୮୭ ବିମାନକୁ ସ୍ୱତନ୍ତ୍ର ଅପରେସନ୍ ପାଇଁ ନିୟୋଜିତ କରାଯାଇଛି । ଆଜି ରାତିରେ ଏହା ଦିଲ୍ଲୀରେ ଅବତରଣ କରିବ । ୟୁକ୍ରେନର ବିଭିନ୍ନ ସ୍ଥାନରେ ୨୦,୦୦୦ରୁ ଅଧିକ ଭାରତୀୟ ଛାତ୍ର ଏବଂ ନାଗରିକ ବାସ କରନ୍ତି। ଏୟାର ବବୁଲ ବ୍ୟବସ୍ଥା ଅନୁଯାୟୀ ୟୁକ୍ରେନରୁ ବିମାନ ଉଡ଼ାଣ ସଂଖ୍ୟା ଉପରେ ପ୍ରତିବନ୍ଧକ ହଟାଇବାର ଗୋଟିଏ ଦିନ ପରେ ଏୟାର ଇଣ୍ଡିଆ ତିନିଟି ଭାଣ୍ଡେ ଚଳାଇବ ବୋଲି ଘୋଷଣା କରିଥିଲା। ଭାରତ ଏବଂ ୟୁକ୍ରେନ ମଧ୍ୟରେ ଭାରତ ମିଶନ ପାଇଁ ଫେବୃଆରୀ ୨୨, ୨୪ ଏବଂ ୨୬କୁ ଧାର୍ଯ୍ୟ କରାଯାଇଥିଲା । ତେବେ ଦୁଇ ଦେଶର ତିକ୍ତାତା ମଧ୍ୟରେ ଭାରତୀୟ ନାଗରିକ ଯେଉଁମାନେ ସେଠାରେ ଅଛନ୍ତି ସେମାନଙ୍କୁ ଖୁବ ଶିଘ୍ର ସ୍ୱଦେଶକୁ ଆଣିବାର ପ୍ରଚେଷ୍ଟା କରୁଛି ଭାରତ।
More Stories
ପଚିଶି ଲକ୍ଷରେ ବିକ୍ରି ହେଉଛି ଏସ.ଆଇ ପଦବୀ
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
କେତେ ପାରିବେ ଇପସିତା ଓ ଚିନ୍ମୟ