The Topmost

“The eyes believe themselves, the ears believe other people.”

ଋଣ ଭାର ସହିନପାରି ଆତ୍ମହତ୍ୟା ସନ୍ଦେହ !

କର୍ଣ୍ଣାଟକ ତୁମକୁରୁ ସହରର ସଦାଶିବନଗର ଅଞ୍ଚଳରେ ଏକ ଘରୁ ଏକ ଦମ୍ପତି ଓ ସେମାନଙ୍କର ତିନି ପିଲାଙ୍କ ମୃତଦେହ ମିଳିଛି। ମୃତକମାନେ ହେଲେ ଗରୀବ ସାବ, ତାଙ୍କ ପତ୍ନୀ ସୁମୈୟା, ଝିଅ ହାଜିରା ଏବଂ ପୁଅ ମହମ୍ମଦ ଶଭନ ଓ ମହମ୍ମଦ ମୁନୀର। ସାବ ଜୀବିକା ପାଇଁ ‘କବାବ’ ବିକ୍ରି କରୁଥିଲେ। ସେ ତୁମକୁରୁର ଶିରା ତାଲୁକର ଲକ୍କେନାହଲ୍ଲୀ ଗ୍ରାମର ବାସିନ୍ଦା। ଋଣଭାରରେ ବୁଡ଼ି ରହିବା ଏବଂ ଋଣଦାତାଙ୍କ ନିର୍ୟାତନା ଯୋଗୁଁ ସେମାନେ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ମୃତକଙ୍କ ଏକ ସୁଇସାଇଡ୍ ନୋଟ୍ ଏବଂ ଏକ ସେଲ୍ଫ ମେଡ୍ ଭିଡିଓରେ ଦର୍ଶାଯାଇଛି ଯେ ସେମାନେ ଋଣଭାର ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ତୁମକୁରୁ ଏସ୍‌ପି ଅଶୋକ କୁମାର କହିଛନ୍ତି। ଭିଡିଓରେ ମୃତକ ଜଣକ ବର୍ଣ୍ଣନା କରିଛନ୍ତି ଯେ କିପରି ସେହି ବିଲ୍ଡିଂରେ ରହୁଥିବା ବ୍ୟକ୍ତି ଓ ତାଙ୍କ ପରିବାର ସଦସ୍ୟ ତାଙ୍କ ପରିବାରକୁ ନିର୍ୟାତନା ଦେଇଥିଲେ ଏବଂ ସେମାନଙ୍କୁ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲେ। ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ୱର ଶୋକ ପ୍ରକାଶ କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। ଏହି ଘଟଣାରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି ।

SHARE BY