The Topmost

“The eyes believe themselves, the ears believe other people.”

ଉଦ୍ଧାର ହେଲେ ଆପହୃତ ନେତା

ବିହାରରେ ଆରଜେଡି ନେତାଙ୍କ ଅପହରଣ ଘଟଣା ସମଗ୍ର ରାଜ୍ୟରେ ଚହଲ ସୃଷ୍ଟି କରିଥିଲା । ଏନେଇ ଅଭିଯୋଗ ହେବା ପରେ ତତ୍‌କ୍ଷଣାତ ଆକ୍ଟିଭ ହୋଇ ଯାଇଥିବା ପୁଲିସ୍‌ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ନେତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଛି । ଏହି ନେତାଜଣକ ହେଲେ ଆରଜେଡିର ସୁନୀଲ ରାୟ । ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କ ସନ୍ଧାନ କରୁଛି । ତେବେ ରାଜ୍ୟରେ କ୍ଷମତାସୀନ ସରକାରର ଜଣେ ନେତାଙ୍କ ଅପହରଣ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ମଙ୍ଗଳବାର ଭୋର ସମୟରେ ଏକ ଧଳା ରଙ୍ଗର ସ୍କର୍ପିଓରେ କିଛି ଦୁର୍ବୃତ୍ତ ଆସି ଜୋରଜବରଦସ୍ତ ସୁନୀଲ ରାୟଙ୍କୁ ଉଠାଇ ନେଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ସୁନୀଲ ରାୟଙ୍କୁ ଉଦ୍ଧାର କରିବାକୁ ପୋଲିସ୍‌ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କଲା। ଅପହରଣର ୨୪ ଘଣ୍ଟା ମଧ୍ୟରେ ପୋଲିସ୍‌ ସୁନୀଲ ରାୟଙ୍କୁ ଉଦ୍ଧାର କରି ୨ ଜଣଙ୍କୁ ଗିରଫ କରିଛି । ଅନ୍ୟମାନଙ୍କ ସନ୍ଧାନ ଜାରି ରହିଥିବା ସୂଚନା ରହିଛି ।

SHARE BY