The Topmost

“The eyes believe themselves, the ears believe other people.”

ଉଦ୍ଧାର ହେଲା ଟାଇଟନ୍ ସବମାରିନ୍ ଅବଶେଷ

ଆମେରିକା କୋଷ୍ଟଗାର୍ଡର ଅଧିକାରୀମାନେ ଦୁର୍ଘଟଣାଗ୍ରସ୍ତ ଟାଇଟନ୍ ବୁଡାଜାହାଜର ଭଗ୍ନାବଶେଷ ସହ କିଛି ମାନବ ଅବେଶେଷ ସମୁଦ୍ର ଭିତରୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଏହାକୁ ପରୀକ୍ଷା କରାଇବାକୁ ମେଡିକାଲ ଲ୍ୟାବକୁ ପଠାଯାଇଛି । ତେବେ ସବମାରିନର ଅବଶେଷ ଗୁଡିକୁ କାନାଡାର ସେଣ୍ଟ ବନ୍ଦରକୁ ନିଆଯାଇଛି । ସୂଚନା ଅନୁସାରେ, ଜୁନ୍ ୧୮ ତାରିଖରେ ଟାଇଟନ୍ ସବମାରିନରେ ୫ ଜଣ ମ୍ୟାରିନର ବସି ଦେଢ ଶହ ବର୍ଷ ପୂର୍ବରୁ ବୁଡିଯାଇଥିବା ଐତିହାସିକ ଟାଇଟାନିକ୍ ଜାହାଜକୁ ଦେଖିବାକୁ ଯାଇଥିବାବେଳେ ଏହି ସବମାରିନ ବିସ୍ଫୋରଣ ହୋଇଥିଲା । ଫଳରେ ଏଥିରେ ଥିବା ୫ଜଣ ବ୍ୟକ୍ତିଙ୍କର ମାତ୍ର କେଇ ସେକେଣ୍ଡରେ ମୃତ୍ୟୁ ହୋଇଥିଲା । ତେବେ ସେମାନଙ୍କୁ ଖୋଜିବାକୁ ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ରହିଥିଲା ।