ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣଙ୍କ ଉଦ୍ଧାର କାମରେ ସହାୟକ ହୋଇଥିବା ଅଗର ମେସିନ୍ ସମ୍ବଲପୁରରୁ ଯାଇଛି । ଏହି ଅତ୍ୟାଧୁନିକ ମେସିନ୍କୁ ଗ୍ରୀନ୍ କରିଡର ଦ୍ୱାରା ଉତରକାଶୀ ପଠାଯାଇଛି । ଏକ ମାଲବାହୀ ଟ୍ରେନ୍ ଓ ୬ଟି ଟ୍ରେଲରରେ ମେସିନ୍କୁ ଖଣ୍ଡଖଣ୍ଡ କରି ପଠାଯାଇଛି । ସମ୍ବଲପୁରରୁ ରାୟପୁର, ଗ୍ୱାଲିୟର ଦେଇ ଟନେଲ ନିକଟକୁ ଏହି ମେସିନ୍ ସ୍ଥାନାନ୍ତର କରାଯାଇଛି । ସମ୍ବଲପୁରରୁ ୨୧ ତାରିଖରେ ଯାଇଥିବା ଏହି ମେସିନ୍ ଉତ୍ତରକାଶୀରେ ପହଞ୍ଚି ସାରିଛି । ଏହି ମେସିନ୍କୁ ନେବା ପାଇଁ କେନ୍ଦ୍ରର ସ୍ୱରାଷ୍ଟ୍ର, ଏନଏଚଏଆଇ ଓ ରେଳ ମନ୍ତ୍ରାଳୟ ସିଧାସଳଖ ତଦାରଖ କରୁଥିଲେ ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି