February 12, 2026

ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ବହୁମତ ପରୀକ୍ଷଣର ସମ୍ମୁଖୀନ ହେବା ପୂର୍ବରୁ ଇସ୍ତଫା ଦେଇଦେଲ । ଏବେ ଆମେ କିପରି ପୁନର୍ବାର ତୁମ ସରକାରଙ୍କୁ କ୍ଷମତା ପ୍ରଦାନ କରିବାକୁ ଅନୁମତି ଦେବୁ।’ ଗତ ବର୍ଷ ଜୁନରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରି ଦେଇଥିବା ଆଦେଶକୁ ରଦ୍ଦ କରିବାକୁ ଉଦ୍ଧବ ଠାକରେଙ୍କ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ସୁପ୍ରିମ କୋର୍ଟ ଏପରି କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଏହି ଆଦେଶ ରଦ୍ଦ କରା ନ ଗଲେ ଭବିଷ୍ୟତରେ ଗଣତନ୍ତ୍ର ବିପଦରେ ପଡ଼ିପାରେ ବୋଲି ଯୁକ୍ତି ଉପସ୍ଥାପନ କରି କହିଛନ୍ତି ବରିଷ୍ଠ ଓକିଲ କପିଲ ସିବଲ ।

SHARE BY