ଆଜି ହକିର ଅନ୍ତୁଡ଼ିଶାଳରେ ଆରମ୍ଭ ହେବ ଅନ୍ତର୍ଜାତୀୟ ହକିର ମହାକୁମ୍ଭ । ପ୍ରଥମ ଦିନରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ୱେଲ୍ସ ଏବଂ ଦ୍ବିତୀୟ ମ୍ୟାଚ୍ ଭାରତ ଓ ସ୍ପେନ୍ ମଧ୍ୟରେ ଖେଳାଯିବ । ପ୍ରଥମ ମ୍ୟାଚ୍କୁ ଉପଭୋଗ କରିବାକୁ ହକିପ୍ରେମୀ ଚାହିଁବସିଥିବା ବେଳେ ଷ୍ଟାଡିୟମ ବି ପ୍ରସ୍ତୁତ ହୋଇସାରିଲାଣି । ଉଦ୍ଘାଟନୀ ମ୍ୟାଚ୍ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ଅପରାହ୍ନରେ ରାଉରକେଲାରେ ପହଞ୍ଚିବାପରେ ଭାରତ-ସ୍ପେନ ମ୍ୟାଚ୍କୁ ଉପଭୋଗ କରିବେ । ମୁଖ୍ୟମନ୍ତ୍ରୀ ଶୁକ୍ରବାର ରାତି ରାଉରକେଲାରେ କଟାଇବେ ଓ ଶନିବାର ସକାଳୁ ଭୁବନେଶ୍ବର ଅଭିମୁଖେ ବାହାରିବାର ସୂଚନା ରହିଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା