ଉତ୍ତରାଖଣ୍ଡର ପାହାଡିଆ ଇଲାକାରେ ଆତଙ୍କ ସୃଷ୍ଟି ହୋଇଛି । ଚାରିଆଡେ ମାଟି, ଘରଦ୍ୱାର ଭାଙ୍ଗିଯାଉଥିବାରୁ ଲୋକେ ପ୍ରତି ମୁହୂର୍ତ୍ତରେ ନିଜ ଜୀବନକୁ ନେଇ ଚିନ୍ତାରେ । ରେଲୱେ ଟନେଲ ପାଇଁ ସାରା ଇଲାକା ଏବେ ପ୍ରଭାବିତ ହୋଇଛି । ଲୋକଙ୍କ ଘର, ରାସ୍ତା ଜମି ସବୁ ଫାଟି ଆଁ କରିଛି । ଏପରିକି ମଠ ମନ୍ଦିର ଅଧିକ ପ୍ରଭାବିତ ହୋଇଛି । ସେଠାରେ ଥିବା ଶଙ୍କରାଚାର୍ଯ୍ୟଙ୍କ ମଠ ମଧ୍ୟ ଫାଟିଯାଇଛି । କେବଳ ଏତିକି ନୁହେଁ ସେଠିକାର ଏକ ମନ୍ଦିରରେ ଥିବା ଶିବଲିଙ୍ଗରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଅନ୍ୟପଟେ ସେଠାରେ ପାଖାପାଖି ୬୦୦ରୁ ଅଧିକ ପରିବାର କ୍ଷତିଗ୍ରସ୍ତ ହୋଇଥିବାବେଳେ ସେମାନଙ୍କୁ ସୁରକ୍ଷିତ କରିବାକୁ ଅନ୍ୟତ୍ର ସ୍ଥନାନ୍ତର କରୁଛନ୍ତି ସରକାର । ହେଲେ ସେମାନଙ୍କ ମଧ୍ୟରୁ ଅନେକ ନିଜ ଭିଟାମାଟି ଛାଡି ଯିବାକୁ ମଙ୍ଗୁ ନାହାଁନ୍ତି ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି