The Topmost

“The eyes believe themselves, the ears believe other people.”

ଉତ୍ତରପ୍ରଦେଶ ସରକାରଙ୍କ ଗ୍ୟାଙ୍ଗଷ୍ଟର ଆଇନ୍

  1. ସରକାରୀ ସମ୍ପତ୍ତିକୁ କରାଯାଉଛି ନଷ୍ଟ । ପ୍ରଦର୍ଶନକାରୀଙ୍କ ବିରୋଧରେ ଉତ୍ତରପ୍ରଦେଶ ସରକାରଙ୍କ କଡା ନିଷ୍ପତ୍ତି । ଯେଉଁମାନେ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ନାରେ ବିକ୍ଷୋଭ ପ୍ରଦର୍ଶନ କରିବେ ସେମାନଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନ୍ ଲାଗୁ ହେବ । ଏନେଇ ଏଡିଜି ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି । ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ପରେ ଶୁକ୍ରବାର ନମାଜ ପଢାକୁ ନେଇ ଉତ୍ତରପ୍ରଦେଶରେ ହିଂସା ଉଗ୍ର ରୂପ ନେଇଛି । ପ୍ରୟାଗରାଜ, ସହାରନପୁର, ମୁରାଦାବାଦ ଆଦି ଇଲାକାରେ ଟେକାପଥର ମାଡ ଓ ଅଗ୍ନିକାଣ୍ଡ ଘଟାଇଛନ୍ତି ପ୍ରଦର୍ଶନକାରୀ । ଫଳରେ ଏମାନଙ୍କୁ ଜବତ କରିବାକୁ ରାଜ୍ୟ ସରକାର ନେଇଛନ୍ତି କଡା ନଷ୍ପତ୍ତି । ତେବେ ଏଡିଜିଙ୍କ କହିବା ଅନୁସାରେ ଯେଉଁ ସରକାରୀ ଓ ଘରୋଇ ସମ୍ପତ୍ତି ନଷ୍ଟ ହୋଇଛି ତାହା ପ୍ରଦର୍ଶନକାରୀଙ୍କ ଠାରୁ ଆଦାୟ କରାଯିବା ସହ ଭରଣା ପାଇଁ ସେମାନଙ୍କ ସମ୍ପତ୍ତି ଜବତ କରାଯିବ ।https://thetopmost.in/jack-fruit-seed-palak-saambar/