() ଉତ୍ତରପ୍ରଦେଶ କାନପୁରର ବେକନଗଞ୍ଜରେ ହୋଇଥିବା ହିଂସା ମାମଲାରେ ୩ଟି ମାମଲା ରୁଜୁ ହୋଇଛି । ଏହି ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି ଯୋଗୀ ସରକାର । ପୋଲିସ ତରଫରୁ ୩ଟି ମାମଲା ରୁଜୁ ହୋଇଥିବାବେଳେ ୩୬ ଜଣଙ୍କୁ ଗିରଫ କରାଯାଇଛି । ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପକ୍ଷରୁ ମଧ୍ୟ ମାମଲା ରୁଜୁ ହୋଇଛି । ମାମଲାରେ ୧୦୦୦ରୁ ଅଧିକ ଜଣଙ୍କ ନାଁ ରହିଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଦୁର୍ବୃତ୍ତ ଘଟଣାସ୍ଥଳକୁ ପଥର ବୋଝେଇ କରି ଆଣିଲେ । ଜଣେ ରିକ୍ସାବାଲାକୁ ନାଁ ପଚାରିଲେ । ସେ ନିଜର ନାଁ କହିବାରୁ ହିନ୍ଦୁ ଜାଣିବା ପରେ ତାଙ୍କୁ ନିସ୍ତୁକ ମାଡ ମାରି ଗୁରୁତର ଅବସ୍ଥାରେ ଛାଡିଯାଇଥିଲେ ଦୁର୍ବୃତ୍ତ ।
କେବଳ ଏତିକିନୁହେଁ ସେଠାରେ ଲାଗିଥିବା ବିଜେପି ଦଳର ସବୁ ପତାକାକୁ ଚିରିବା ସହ ପଥରମାଡ ମଧ୍ୟ କରିଥିଲେ । ଏହାସହ ଏକାଧିକ ଦୋକାନକୁ ଲୁଟିଥିଲେ । ଏହାକୁ ଯିଏ ପ୍ରତିବାଦ କଲା ସେମାନଙ୍କୁ ମଧ୍ୟ ମାଡ ମାରିଥିଲେ । ତେବେ ଏହି ଘଟଣାରେ ଏବେଯାଏଁ ୩୬ଜଣଙ୍କୁ ଗିରଫ କରାଯାଇଛି । ହିଂସା ଘଟାଇଥିବା ଅଭିଯୁକ୍ତଙ୍କ ନାଁରେ ଗ୍ୟାଙ୍ଗଷ୍ଟର ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବଂ ସେମାନଙ୍କର ସମ୍ପତ୍ତି ଜବତ କରାଯିବା ସହ ବୁଲଡୋଜର ଚଢାଯିବ ବୋଲି କୁହାଯାଇଛି । ସେପଟେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଅଧିକ ତନାଘନା ଚଳାଇଛି ।https://thetopmost.in/jack-fruit-seed-palak-saambar/
https://thetopmost.in/the-biggest-wooden-building-at-switzerland/
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର