ଅସ୍ତବ୍ୟସ୍ତ କଲାଣି ଭୀଷଣ ଗ୍ରୀଷ୍ମ ପ୍ରବାହ । ଉତ୍ତରପ୍ରଦେଶ ବଲିୟାରେ ଉଚ୍ଚ ତାପମାତ୍ରା ଓ ଭୀଷଣ ଗ୍ରୀଷ୍ମ ପ୍ରବାହର ପ୍ରଭାବ । ୭୨ ଘଣ୍ଟାରେ ଗଲାଣି ୫୪ ଜୀବନ । ଅସୁସ୍ଥ ହୋଇପଡିବାରୁ ଏମାନଙ୍କୁ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତ୍ୟୁର ସଠିକ କାରଣ କ’ଣ ଜାଣିବାକୁ ଏକ ଡାକ୍ତରୀ ଟିମ୍ ବଲିୟା ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ପୁରା ଉତ୍ତରପ୍ରଦେଶରେ ଭୀଷଣ ଗରମ ଯୋଗୁଁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୧୫, ୧୬ ଓ ୧୭ ତାରିଖରେ ଜ୍ୱର, ଶ୍ୱାସ ପ୍ରକ୍ରିୟାରେ ସମସ୍ୟାକୁ ନେଇ ଅନେକ ରୋଗୀ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରୁ ୫୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଭୀଷଣ ଗରମ ଯୋଗୁଁ ଶ୍ୱାସ ସମସ୍ୟା ଥିବା ରୋଗୀ, ଡାଏବେଟିସ୍ ଓ ବ୍ଳଡ ପ୍ରେସର ଥିବା ରୋଗୀଙ୍କ ସମସ୍ୟା ବଢିଯାଏ । ତାପମାତ୍ରା ବଢିଲେ ଏମାନଙ୍କ ଶରୀର ଅସୁସ୍ଥ ହୋଇପଡିବାର ସମ୍ଭାବନା ବଢିଯାଏ । ଏହି କାରଣରୁ ସେମାନଙ୍କ ମୃତ୍ୟୁ ମଧ୍ୟ ହୋଇପାରେ । କେବଳ ଏତିକି ନୁହେଁ ମୃତ୍ୟୁ ସଂଖ୍ୟା ବଢିବାରେ ପରେ ରାଜ୍ୟ ସରକାର ଆଲର୍ଟ ମୋଡକୁ ଆସିଛନ୍ତି । ସବୁ ହସ୍ପିଟାଲର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ସେମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ