ଉତ୍ତରକୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ବର୍ବରତା

ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ ନିଜ ସେନାର ଜଣେ ଜେନେରାଲଙ୍କୁ ଶହ ଶହ ପିରାନହା ମାଛ ଭର୍ତ୍ତି ଏକ ଟାଙ୍କିରେ ଫିଙ୍ଗି ହତ୍ୟା କରିଥିବା ଜଣାଯାଇଛି । ବ୍ରିଟେନ ସ୍ଥିତ ଦୈନିକ ‘ଦି ମିରର’ ରିପୋର୍ଟ ଅନୁଯାୟୀ ଏହି ଜେନେରାଲ କିମଙ୍କ ବିରୋଧରେ ଗାଦିଚ୍ୟୁତ କରିବାର ଷଡଯନ୍ତ୍ରରେ ସାମିଲ ଥିଲେ ବୋଲି ଅଭିଯୋଗ ହେଇଥିଲା । ଏହି ବିଶାଳ ମାଛ ଟାଙ୍କି କିମଙ୍କ ରିୟୋଙ୍ଗସଙ୍ଗ ସ୍ଥିତ ବାସଭବନରେ ନିର୍ମିତ ହୋଇଥିବା ଜଣାଯାଇଛି । କିମ ଜୋଙ୍ଗ ଉନ ଏହି ପ୍ରକାରେ ଅତି କମରେ ୧୬ ଜଣ ଜେନେରାଲଙ୍କୁ ହତ୍ୟା କରିଥିବା ଜଣାଯାଇଛି। କୁହାଯାଏ ଯେ ଏହାପୂର୍ବରୁ କିମଙ୍କ ସେନା ମୁଖ୍ୟ ଏବଂ  ଉତ୍ତର କୋରିଆର ସେଣ୍ଟ୍ରାଲ ବ୍ୟାଙ୍କର ସିଇଓଙ୍କୁ ମଧ୍ୟ ସମାନ ଢଙ୍ଗରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

SHARE BY