The Topmost

“The eyes believe themselves, the ears believe other people.”

ଉତ୍ତରକୋରିଆଠାରୁ ଯୁଦ୍ଧାସ୍ତ୍ର କିଣିବ ଋଷ

ଉତ୍ତରକୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାକୁ ମସ୍କୋ ଯାଇପାରନ୍ତି । ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଯୁଦ୍ଧାସ୍ତ୍ର କିଣାକୁ ନେଇ ବଡ ଡିଲ୍ ହୋଇପାରେ ବୋଲି ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି । ଆମେରିକା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, କିମ୍ ଜୋଙ୍ଗ ଚଳିତ ମାସରେ ଋଷ ଗସ୍ତ କରିପାରନ୍ତି । ଯଦିଓ ଦୁହିଁଙ୍କ ମଧ୍ୟରେ ବୈଠକ କେଉଁଠି ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ କିନ୍ତୁ ଏହା ବନ୍ଦର ସହର ବ୍ଲାଦିବୋସ୍ତୋକଠାରେ ହେବ ବୋଲି ଆଶା କରାଯାଉଛି । ଆମେରିକା ଏଜେନ୍ସିର ସୂଚନା ମୁତାବକ, ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ମୁଖପାତ୍ର ଏଡ୍ରିଏନ୍ ୱିଟସନ ସୋମବାର ସୂଚନା ଦେଇଛନ୍ତି ଯେ, ଋଷ ରକ୍ଷାମନ୍ତ୍ରୀ ସର୍ଗେଇ ଶୋଇଗୁ ନିକଟରେ ଉତ୍ତରକୋରିଆ ଯାଇ ଗୋଳାବାରୁଦ ଡିଲ୍ ପାଇଁ କିମ ଜୋଙ୍ଗଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ।

SHARE BY