ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଖୁସି ଖବର । ନାକ ଟିମର ପୁନଃ ବିଚାର ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ-ପ୍ଲସ ଗ୍ରେଡ ମିଳିଛି । ମେ ମାସରେ ଆସିଥିବା ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ୍ ଆକ୍ରିଡିଟେସନ୍ କାଉନସିଲ (ନ୍ୟାକ୍) ଟିମ୍ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଏ ଗ୍ରେଡ ଦେଇଥିଲେ । ଏହାର ପୁନଃ ବିଚାର ପାଇଁ ଆବେଦନ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାର ଫଳାଫଳ ଆଶାନୁରୂପକ ଆସିଛି । ଏଥର ଟିମ୍ ୱାର୍କ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଛି । ଆଗକୁ ସବୁୁ ବିଭାଗରେ କିପରି ଉନ୍ନତି ହେବ ତାକୁ ଧ୍ୟାନ ଦିଆଯିବ । ଏବେ ନୂଆ ଶିକ୍ଷା ନୀତିକୁ ଲାଗୁ କରାଯିବା ଫଳରେ ଅଧିକ ସୁବିଧା ମିଳିବ । ଏବଂ ପାଞ୍ଚ ବର୍ଷ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏ ପ୍ଲସ ପ୍ଲସ ଗ୍ରେଡ ପାଇବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା