କୋଣାର୍କରେ ଅଶାନ୍ତ ହେଉଛି ସମୁଦ୍ର । ଉଚ୍ଚ ଢେଉ ମାଡ଼ରେ ଭାଙ୍ଗି ଯାଇଛି କୋଣାର୍କ- ପୁରୀ ମେରାଇନ୍ ଡ୍ରାଇଭ ପାଖ ପଥର ବନ୍ଧ । ବିଭିନ୍ନ ସ୍ଥାନରେ ଅତଡ଼ା ଖସିବାରୁ ମେରାଇନ ଡ୍ରାଇଭ ପ୍ରତି ବିପଦ ସୃଷ୍ଟି ହୋଇଛି । ଢେଉ ମାଡ଼ରେ ଦୁଇଟି ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିଥିଲା ବେଳେ ବିଭାଗ ପକ୍ଷରୁ ମରାମତି କାମ କରାଯାଇଛି । ଅଶାନ୍ତ ସମୁଦ୍ର ଗର୍ଭରେ ଉପକୂଳ ଦିନକୁ ଦିନ ଲୀନ ହେବାରେ ଲାଗିଛି । ସମୁଦ୍ର କୂଳରେ ଥିବା ଅଭୟାରଣ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି । ସମୁଦ୍ରର ଭୟଙ୍କର ରୂପ ଦେଖି ଉପକୂଳିଆ ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ପ୍ରଶାସନ ପକ୍ଷରୁ ବାଲି ବସ୍ତା ଓ ବହ୍ଲା ପକାଯାଇ ସ୍ଥିତି ଆୟତ୍ତ କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି