ମଣିପୁର ହିଂସା ସ୍ଥିତିକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିବେ । ପାଖାପାଖି ଦୁଇ ମାସ ହେବ ମଣିପୁର ହିଂସାର ନିଆଁରେ ଜଳୁଥିବା ବେଳେ କୌଣସି ସ୍ଥିତିର ସମାଧାନ କରିପାରୁନାହାନ୍ତି କେନ୍ଦ୍ର ସରକାର । ଏଭଳି ସର୍ବଦଳୀୟ ବୈଠକ ଡାକି ରାଜନୈତିକ ସମାଧାନ ପାଇଁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର । ଦୁଇ ଦିନ ତଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଭିଡିଓ ଜାରି କରି ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କୁ ପରିବାରକୁ ସମବେଦନା ଜଣାଇଥିଲେ । ରାଜ୍ୟରେ ଚାଲିଥିବା ହିଂସା ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଅନେକ ଲୋକଙ୍କ ପରିବାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ସୋନିଆ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି । ଏହାପରେ କେନ୍ଦ୍ର ସରକାର ମଧ୍ୟ ତତ୍ପରତା ପ୍ରକାଶ କରି ସର୍ବଦଳୀୟ ବୈଠକ କରୁଛନ୍ତି ବୋଲି କଂଗ୍ରେସ କହିଛି ।
“The eyes believe themselves, the ears believe other people.”
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ