ଆଜି ପ୍ରଧାନମନ୍ତ୍ରୀ ମୋଦି ‘ଇସ୍ରୋ’ର ‘ଟେଲିମେଟ୍ରି ଟ୍ରାକିଙ୍ଗ୍ ଆଣ୍ଡ୍ କମାଣ୍ଡ ନେଟ୍ୱାର୍କ ମିସନ୍ କଣ୍ଟ୍ରୋଲ୍ କମ୍ପ୍ଲେକ୍ସ୍’ରେ ‘ଚନ୍ଦ୍ରଯାନ-୩ ଅଭିଯାନ’ରେ କାର୍ଯ୍ୟ କରିଥିବା ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି । ‘ଚନ୍ଦ୍ରଯାନ-୩’ର ବୈଜ୍ଞାନିକ ଟିମଙ୍କୁ ଭେଟିବା ପାଇଁ ଗ୍ରୀସ୍ରୁ ଆସି ଆଜି ସକାଳେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ପହଞ୍ଚିବା ପରେ ‘ଏଚ୍ଏଏଲ୍ ବିମାନ ବନ୍ଦର’ ବାହାର ରାସ୍ତାରେ ସ୍ଥାନୀୟ ଲୋକେ ଢୋଲ ବଜାଇ ନୃତ୍ୟ କରିଥିଲେ । ଜନସାଧାରଣଙ୍କୁ ସମ୍ବୋଧନ କରିବା ବେଳେ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ । ‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଭେଟିବେ ବୋଲି ପୂର୍ବରୁ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ: ବେଙ୍ଗାଲୁରୁରେ ଅବତରଣ କଲି । ଚନ୍ଦ୍ରଯାନ-୩କୁ ସଫଳ କରି ଭାରତକୁ ଗୌରବାନ୍ୱିତ କରିଥିବା ‘ଇସ୍ରୋ’ର ଅସାଧାରଣ ବୈଜ୍ଞାନିକମାନଙ୍କୁ ଭେଟିବାକୁ ଯିବି । ମହାକାଶ କ୍ଷେତ୍ରରେ ଆମ ଦେଶର କୃତିତ୍ୱର ସାମର୍ଥ୍ୟ ହେଉଛି ସେମାନଙ୍କର ପ୍ରତିବଦ୍ଧତା ଓ ଅଦମ୍ୟ ଆଗ୍ରହ ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର