The Topmost

“The eyes believe themselves, the ears believe other people.”

ଇସ୍ରୋକୁ ମିଳିଲା ବଡ଼ ସଫଳତା

ଇସ୍ରୋକୁ ମିଳିଲା ବଡ଼ ସଫଳତା । ଚନ୍ଦ୍ରପୃଷ୍ଠରେ ନିଜ ଇଞ୍ଜିନ ଷ୍ଟାଟ କଲା ଲ୍ୟାଣ୍ଡର ବିକ୍ରମ । ହୋପ ଏକ୍ସପେରିମେଟକୁ ସଫଳତା ପୂର୍ବକ ପୁରା କରିଛି ଲ୍ୟାଣ୍ଡର ବିକ୍ରମ । ହୋପ ଅର୍ଥାତ୍ ଦୁଇ ଗୋଡ ଏକାଠି କରି ଡେଇଁବାରେ ସଫଳ ହୋଇଛି ଲ୍ୟାଣ୍ଡର ବିକ୍ରମ । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଲ୍ୟାଣ୍ଡର ବିକ୍ରମ ନିଜର ଇଞ୍ଜିନ ନିଜେ ଷ୍ଟାର୍ଟ କରି ୪୦ ସେଂଟିମିଟର ଉପରକୁ ଉଠିବା ପରେ ସଫ୍ଟ ଅବତରଣ କରିଛି । ବ୍ରିକମ ୪୦ ସେଟିଂମିଟର ଉପରକୁ ଉଠିବା ସହ ୩୦ରୁ ୪୦ ସେଣ୍ଟିମିଟର ଦୂରତାରେ ପୁଣି ସୁରକ୍ଷିତ ଅବତରଣ ମଧ୍ୟ କରିଛି । ଫଳରେ ଚନ୍ଦ୍ରପୃଷ୍ଠକୁ ମାନବ ମିଶନ ପାଇଁ ଆଶା ଉଜ୍ଜିବୀତ ହୋଇଛି । ଆଗମୀ ଦିନରେ ଚନ୍ଦ୍ରପୃଷ୍ଠକୁ ମଣିଷ ଯାଇ ଫେରିପାରିବାର ଆଶା ସୃଷ୍ଟି ହୋଇଛି । ମାନବ ମିଶନରେ ଏହା ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏଥିସହ ଚନ୍ଦ୍ରପୃଷ୍ଠରୁ କୌଣସି ନମୁନା ପୃଥିବୀ ପୃଷ୍ଠକୁ ଆଣିବାରେ ଏହା ସହାୟକ ହେବ ବୋଲି ମଧ୍ୟ ଇସ୍ରୋ କହିଛି । ଲ୍ୟାଣ୍ଡର ବିକ୍ରମର ସମସ୍ତ ପାର୍ଟ ସୁରକ୍ଷିତ ଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।