ଯୁଦ୍ଧଭୂମିରେ ଜୀବନ ବିଜୟ କଲେ ଓଡ଼ିଆ । ଅପରେସନ ଅଜୟର ପ୍ରଥମ ପର୍ଯ୍ୟାୟରେ ଫେରିଲେ ୯ ଓଡ଼ିଆଙ୍କ ସମେତ ୨୧୨ ପ୍ରବାସୀ । ଦିଲ୍ଲୀରେ ବଖାଣିଛନ୍ତି ଲୋମଟାଙ୍କୁରା ଅନୁଭୂତି । ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ବାଜିଥିଲା ସାଇରନ । ସାଇରନ ଶୁଣିବା ପରେ ସେଲଟରରେ ରହିଥିଲେ ଭାରତୀୟ । ମାତ୍ର ଆଣ୍ଟି ମିସାଇଲ ସିଷ୍ଟମ ଯୋଗୁ ଜୀବନ ଥିଲା ନିରାପଦ । ସେମାନଙ୍କୁ ଇସ୍ରାଏଲରେ ସମସ୍ତ ସୁବିଧା ଦେଇ ରଖାଯାଇଥିଲା । ଇସ୍ରାଏଲ ସୀମାରେ ଖରାପ ସ୍ଥିତି ଥିଲା । ଆର୍ମି ଓ ସରକାରଙ୍କ ଉପରେ ସ୍ଥାନୀୟ ଲୋକଙ୍କ ଭରସା ଥିଲା । ଆଣ୍ଟି ମିସାଇଲ ସିଷ୍ଟମ ଥିବାରୁ ଆମେ ସେଠାରେ ନିରାପଦରେ ଥିଲୁ । ସେଠାରେ ଗୋଟିଏ ଗୋଟିଏ ବିଲିଡିଂରେ ଗୋଟିଏ ସେଫ ହାଉସ ଥିଲା । ପ୍ରଥମ ଥର ଲାଗି ସାଇରନ ଶୁଣିବା ପରେ ଆତଙ୍କିତ ଥିଲୁ ବୋଲି କହିଛନ୍ତି ଇସ୍ରାଏଲ ଫେରନ୍ତା ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି