The Topmost

“The eyes believe themselves, the ears believe other people.”

ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ । ଅପରେସନ ଅଜୟରେ ୨୧୨ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ବାଗତ କରାଯାଇଛି । ଗତକାଲି ରାତିରେ ଭାରତୀୟଙ୍କୁ ନେଇ ତେଲ ଅବିବରୁ ବିମାନ ବାହାରିଥିଲା । ବୁଧବାର ଠାରୁ ଅପରେସନ୍ ଅଜୟ ଆରମ୍ଭ ହୋଇଥିବାବେଳେ ଆଜି ପ୍ରଥମ ବ୍ୟାଚ ଭାରତରେ ପହଞ୍ଚିଛନ୍ତି । ଅପରେସନ ଅଜୟରେ ସ୍ପେଶାଲ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଉଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ସହାୟତା ଲାଗି ୨୪ ଘଣ୍ଟା ହେଲ୍ପ ଲାଇନ୍ ନମ୍ବର ଓ ଇମେଲ୍ ଆଇଡି ଜାରି କରିଛି । ସେପଟେ ପରସ୍ପରର ବିଧ୍ବଂସୀ ମିସାଇଲ ମାଡ଼ରେ ଛାରଖାର ହେଉଛି ଇସ୍ରାଏଲ ଓ ଗାଜା । ରାସ୍ତାରେ ବୋହୁଛି ରକ୍ତର ନଦୀ । ମୃତ୍ୟୁ ମୁହଁରେ ଥିବା ମଣିଷର ଆର୍ତ୍ତ ଚିତ୍କାରରେ କମ୍ପି ଉଠୁଛି ପରିବେଶ । ଲହୁ ଲୁହ ପୋଛି ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ଉଭୟ ଦେଶବାସୀ । ଏଭଳି ଦୁଃଖଦ ସମୟରେ ଯୁଦ୍ଧଭୂଇଁରୁ ଆସୁଛି ବିଭୀଷିକାର ଭୟଙ୍କର ଚିତ୍ର ।