January 11, 2026

ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ବୀରେନ ସିଂ

ଅଣାୟତ୍ତ ମଣିପୁର ପରିସ୍ଥିତି । ଆଜି ଇସ୍ତଫା ଦେଇପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ! ଦିନ ୩ଟାରେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଥିଲେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ। ରାଜ୍ୟପାଳ ଅନସୂୟା ଉସକେଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦେବେ ବୋଲି ଚର୍ଚ୍ଚା ହେଉଛି। ଗତ ୫୯ ଦିନ ଧରି ମଣିପୁର ଜଳୁଥିବା ବେଳେ ଶତାଧିକ ଲୋକଙ୍କ ଜୀବନ ହାନି ହୋଇଛି। ହଜାର ହଜାର ଲୋକ ବାସହରା ହୋଇଛନ୍ତି। ସରକାର ଶାନ୍ତି ଫେରାଇ ଆଣିବାରେ ଫେଲ୍ ମାରିଥିବା ବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ। ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ବିରୋଧୀ ଦାବି କରିଆସୁଛନ୍ତି। କେନ୍ଦ୍ରର ଅଲ୍ଟିମେଟମ ପରେ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଉଥିବା ଚର୍ଚ୍ଚା ହେଉଛି।

SHARE BY