ନିଜ ଆଡୁ ଇସ୍ତଫା ଦେବେ ନାହିଁ ହେମନ୍ତ ସୋରେନ । ଇସ୍ତଫାକୁ ଅଗ୍ରାହ୍ୟ କରି ରାଜ୍ୟପାଳଙ୍କ ଉପରେ ଛାଡ଼ିଲେ ନିଷ୍ପତ୍ତି । ହେମନ୍ତ ଅଭିଯୋଗ କରିଛନ୍ତି- ରାଜ୍ୟରେ ଜେଏମଏମ- କଂଗ୍ରେସ ମେଣ୍ଟ ସରକାରରେ ଅସ୍ଥିରତା ସୃଷ୍ଟି ଲାଗି ବିଜେପି ଉଦ୍ୟମ ଜାରି ରଖିଛି । ତେବେ ଆସନ୍ତା ୫ରେ ବସିବ ଝାଡଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ସ୍ୱତନ୍ତ୍ର ଅଧିବେଶନ ନେଇ କ୍ୟାବିନେଟ ସଚିବ ବନ୍ଦନା ଦାଦେଲ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୨୫ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ନେଇ ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜଭବନରୁ କିଛି ତଥ୍ୟ ଲିକ୍ ହୋଇଥିବାରୁ ଏହାକୁ ନେଇ ରାଜ୍ୟରେ ବିଭିନ୍ନ କଳ୍ପନାଜଳ୍ପନା ସୃଷ୍ଟି ହେଉଛି ବୋଲି ରାଜ୍ୟପାଳଙ୍କ ନିକଟକୁ ପତ୍ର ଲେଖାଯାଇଛି । ତେବେ ରାଜଭବନରୁ କୌଣସି ତଥ୍ୟ ଲିକ୍ ହୋଇ ନଥିବା ରାଜ୍ୟପାଳ କହିଛନ୍ତି ବୋଲି ସୂଚନା ଦେଇଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଧୁ ତିର୍କି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ