ରାଜନୈତିକ ଦଳ ଲାଗି ପାଣ୍ଠି ଯୋଗାଣ ସଂକ୍ରାନ୍ତ ଇଲେକ୍ଟୋରାଲ ବଣ୍ଡ ସ୍କିମର ବୈଧତା ପ୍ରସଙ୍ଗ । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ । ସମ୍ବିଧାନ ଅନୁସାରେ ରାଜନୈତିକ ଦଳ କାହାଠାରୁ ଚାନ୍ଦା ପାଇଲେ ତାହା ଜାଣିବା ସମ୍ପର୍କରେ କାହାର ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ ନିକଟରେ ଗତକାଲି କହିଥିଲେ କେନ୍ଦ୍ର ସରକାର । ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି କହିଥିଲେ- ସମ୍ବିଧାନର ଧାରା 19(1)(ଏ) ଅନୁସାରେ ପ୍ରାର୍ଥୀଙ୍କ ଅତୀତ ଇତିହାସ ଜାଣିବା ଭୋଟରଙ୍କ ଅଧିକାର ରହିଛି । ମାତ୍ର ସବୁକିଛି ଜାଣିବାର ଅଧିକାର ନାହିଁ । ରାଜନୈତିକ ଦଳଙ୍କୁ ପାଣ୍ଠି ପ୍ରଦାନରେ ସ୍ବଚ୍ଛତା ଆଣିବା ଲାଗି ନଗଦ ଅର୍ଥ ପ୍ରଦାନ ବଦଳରେ ଇଲକ୍ଟୋରାଲ ବଣ୍ଡ ପ୍ରଦାନ କରିବା ଲାଗି ଗତ ୨୦୧୮ ଜାନୁଆରୀ ୨ରେ ଏକ ବିଜ୍ଞପ୍ତି ଆଣିଥିଲେ ସରକାର । ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍