ଇଲେକ୍ଟୋରାଲ ବଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ଦେଇ କହିଛନ୍ତି ଯେ, ଦଳ ପାଇଁ ଡୋନେସନ୍ ଅର୍ଥ କେଉଁଠୁ ଆସୁଛି ଏସବୁ ଜାଣିବାର ଅଧିକାର ଦେଶର ନାଗରିକଙ୍କର ରହିଛି । ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିବା ସହ ଏହା ଉପରେ ରୋକ୍ ଲଗାଇଲେ କୋର୍ଟ । କୋର୍ଟ କହିଛନ୍ତି ଯେ, ନିର୍ବାଚନୀ ବଣ୍ଡ ସୂଚନା ଅଧିକାର ନିୟମକୁ ଉଲଂଘନ କରୁଛି । ଭୋଟରଙ୍କୁ ସବୁ ରାଜନୈତିକ ଦଳର ଫଣ୍ଡିଙ୍ଗ ବାବଦରେ ଜାଣିବାର ଅଧିକାର ରହିଛି । ଏହା ସହ ବଣ୍ଡ୍ କିଣିବାବାଲାଙ୍କ ଲିଷ୍ଟକୁ ମଧ୍ୟ ସାର୍ବଜନୀନ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍