ବିଶ୍ୱର ସବୁଠାରୁ ବଡ ଇଲେକଟ୍ରିକ ବାହନ ନିର୍ମାତା ଟେସଲାର ବଡ ନିଷ୍ପତ୍ତି । ଏକ ନୂଆ କାରଖାନା ନିର୍ମାଣ ପାଇଁ କମ୍ପାନୀ ଶୀଘ୍ର ନିଷ୍ପତ୍ତି ନେଇପାରେ । କମ୍ପାନୀର ସିଇଓ ଏଲନ ମସ୍କ କହିଛନ୍ତି ଚଳିଳ ବର୍ଷ ଶେଷ ଆଡକୁ ଏହି ସ୍ଥାନର ଅନ୍ତିମ ରୂପ ଦିଆଯିବ । ମଙ୍ଗଳବାର ସେ ସଙ୍କେତ ଦେଇଛନ୍ତି ଯେ କାରଖାନାର ସ୍ଥାନ ଭାରତ ହୋଇପାରେ । କାରଣ, ସେ ଭାରତରେ କାରଖାନା ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ମସ୍କଙ୍କର ଏହି ଟିପ୍ପଣୀ ଭାରତରେ ଟେସଲା ନିର୍ମାଣର ଯୋଜନାକୁ ଛାଡିବାର ଏକ ବର୍ଷ ପରେ ଆସିଛି । ମଙ୍ଗଳବାର ଏକ ସାକ୍ଷାତକାରରେ ମସ୍କଙ୍କୁ ପଚରାଯାଇଥିଲା ଯେ କଣ ଟେସଲା ଭାରତରେ ନୂଆ କାରଖାନା ପାଇଁ ଇଚ୍ଛା ପ୍ରକାଶ କରୁଛି କି ? ସେ କହିଥିଲେ ନିହାତି । ଗତ ସପ୍ତାହରେ ଟେସଲା ଅଧିକାରୀ ନୂଆଦିଲ୍ଲୀରେ ଭାରତୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେମାନେ ଏଠାରେ ଗୋଟିଏ ଉତ୍ପାଦନ କାରଖାନା ଏବଂ ଗବେଷଣା କାରଖାନା ମଧ୍ୟ ପ୍ରସ୍ତାବ ରଖିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ