ନୂଆ କ୍ରୁଜ୍ ମିଶାଇଲ ପରୀକ୍ଷଣ କରିଛି ଇରାନ । ଯାହା ୧୬୫୦ କି.ମି ଦୂର ଯାଏଁ ଶତ୍ରୁକୁ ଟାର୍ଗେଟ୍ କରିପାରିବ । ତେବେ ଇରାନର ଏହି ପରୀକ୍ଷଣ ପଶ୍ଚିମ ରାଷ୍ଟ୍ରମାନଙ୍କର ନିଦ ହଜାଇଦେଇଛି । କାରଣ ସେମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି ଯେ, ଯଦି ଋଷ ଓ ୟୁକ୍ରେନ ଯୁଦ୍ଧରେ ଇରାନର ଏହି ମିଶାଇଲ ଋଷ ସେନାରେ ସାମିଲ ହୁଏ, ତେବେ ୟୁକ୍ରେନର ସ୍ଥିତି ତ ରହିବନି ତା’ ସହ ପଶ୍ଚିମ ରାଷ୍ଟ୍ରମାନଙ୍କ ପ୍ରତି ମଧ୍ୟ ଘୋର ବିପଦ ସୃଷ୍ଟି କରିବ । କ୍ରୁଜ୍ କ୍ଷେପଣାସ୍ତ୍ର ନିର୍ମାଣ କରିଥିବା କଥା ଶୁକ୍ରବାର ଦିନ ‘ରିଭୋଲ୍ୟୁସ୍ନାରି ଗାର୍ଡସ୍’ର ଜଣେ ବରିଷ୍ଠ କମାଣ୍ଡର୍ କହିଛନ୍ତି । ‘ରିଭୋଲ୍ୟୁସ୍ନାରି ଗାର୍ଡସ୍’ ଏରୋସ୍ପେସ୍ ଫୋର୍ସର ମୁଖ୍ୟ ତଥା ବରିଷ୍ଠ କମାଣ୍ଡର୍ ଅମିରାଲି ହାଜିଜାଦେ କହିଛନ୍ତି ଯେ, ଆମେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତି କରୁଛୁ । ତେବେ ଇରାନ୍ର ଜଣେ ପଦସ୍ଥ କମାଣ୍ଡର୍ଙ୍କୁ ଆମେରିକା ଯେଉଁଭଳି ଭାବେ ହତ୍ୟା କରିଛି, ତା’ର ପ୍ରତିଶୋଧ ନିଆଯିବ ବୋଲି ଇରାନ୍ ସବୁବେଳେ କହିଆସୁଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍