ଇରାନର କେରମନ ସହରରେ ଦୁଇ ଦୁଇଟି ଶକ୍ତିଶାଳୀ ଧମାକା ହୋଇଛି । ଏଥିରେ ଶହେରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଶତାଧିକ ଆହତ ହୋଇଛନ୍ତି । ଦେଶର ପୂର୍ବତନ ଜେନେରାଲ କାସିମ ସୁଲେମାନିଙ୍କ କବର ନିକଟରେ ଏଭଳି ବିସ୍ଫୋରଣ ହୋଇଛି । ଇରାନର ସରକାରୀ ମିଡିଆ ଅନୁସାରେ, ସୁଲେମାନିଙ୍କ ହତ୍ୟାର ଚତୁର୍ଥ ବାର୍ଷିକୀ ବେଳେ ଏଭଳି ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଏହି ସମୟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଇରାନର ଡେପୁଟି ଗଭର୍ଣ୍ଣର ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ୨୦୨୦ରେ ତତକାଳୀନ ଜେନେରାଲ କାସିମ ସୁଲେମାନି ଆମେରିକାର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଥିଲେ । ଆମେରିକା ସେ ସମୟରେ ସଲେମାନିଙ୍କ ବିଶ୍ୱର ଏକ ନମ୍ବର ଆତଙ୍କବାଦୀ କହିଥିଲା । ତତ୍କାଳୀନ ଆମେରିକା ରାଷ୍ଟପତି ଟ୍ରମ୍ପ ଏହାକୁ ବଡ ବିଜୟ ବୋଲି କହିଥିଲେ । ରଇରାନର ସୁପ୍ରିମ ନେତା ଆୟାତୁଲ୍ଲା ଅଲ୍ଲୀଙ୍କ ପରେ ସୁଲେମାନିଙ୍କୁ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ବୋଲି କୁହାଯାଉଥିଲା ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ