ଇରାନରେ ଉଗ୍ର ହେବାରେ ଲାଗିଛି ହିଜାବ ବିରୋଧି ପ୍ରଦର୍ଶନ । ଇରାନୀ ମହିଳା ମହସା ଅମିନିଙ୍କ ମୃତ୍ୟୁ ପରେ ସାରା ଦେଶରେ ବିକ୍ଷୋଭ ହିଂସାର ରୂପ ନେଇଛି । ମହିଳାମାନେ ହିଜାବ ଜଳାଇ, ଚୁଟି କାଟି ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ବିକ୍ଷୋଭ ଏବେ ରାଜଧାନୀ ତେହରାନ ସମେତ ଅନ୍ୟ ବଡ ବଡ ସହରକୁ ବ୍ୟାପିବାରେ ଲାଗିଛି । ବିରୋଧ ପ୍ରଦର୍ଶନବେଳେ ୩ଜଣ ମହିଳାଙ୍କର ମୃତ୍ୟୁ ହୋଇସାରିଛି । ଏହାସହ ୨ଶହରୁ ଅଧିକ ମହିଳା ଗୁରୁତର ଆହତ ହୋଇଛନ୍ତି । ଏହାସହ ୨୫୦ ମହିଳାଙ୍କୁ ଗିରଫ କରାଯାଇଛି । ଏହି ବିକ୍ଷୋଭ ଏବେ ସାରା ବିଶ୍ୱ ସମୁଦାୟ ପାଇଁ ଚିନ୍ତାର ବିଷୟ ପାଲଟିଛି । ଜାତିସଂଘ ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରିଛି । ମହିଳାଙ୍କ ଉପରେ ଈରାନ ସୁରକ୍ଷା ବଳ ପ୍ରୟୋଗ କରୁଥିବାରୁ ଏହାକୁ କଡା ନିନ୍ଦା କରିଛି ଜାତିସଂଘ । ଏବେଯାଏଁ ହୋଇଥିବା ବିରୋଧରେ ଏହା ହେଉଛି ସବୁଠାରୁ ବଡ ଧରଣର ବିକ୍ଷୋଭ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ