The Topmost

“The eyes believe themselves, the ears believe other people.”

ଇମ୍ରାନଙ୍କ ନାଁରେ ୧୦୦ ଛୁଇଁଲା ମାମଲା

ଦିନକୁ ଦିନ ବଢୁଛି ଇମ୍ରାନ ଖାନଙ୍କ ଅଡ଼ୁଆ । ତୋଷଖାନ୍ନା ମାମଲାରେ ଇମ୍ରାନଙ୍କୁ ଆଶ୍ୱସ୍ତି ମିଳି ଥିବାବେଳେ, ତାଙ୍କ ଉପରେ ଆଉଏକ ମାମଲା ରୁଜୁ ହୋଇଛି । ଇମ୍ରାନଙ୍କ ବିରୋଧରେ ଆତଙ୍କୀ ନିରୋଧୀ ଆଇନ୍ ଆଧାରରେ ମାମଲା ରୁଜୁ କରାଯାଇଛି । ଏହାସହ ତାଙ୍କ ନାଁରେ ମାମଲା ୧୦୦ରେ ପହଞ୍ଚିଯାଇଛି । ଶନିବାର ଲାହୋରସ୍ଥିତ ଇସଲାମାବାଦ କୋର୍ଟରେ ହାଜର ହୋଇଥିଲେ ଇମ୍ରାନ । କିନ୍ତୁ ଅଧା ବାଟରେ ତାଙ୍କ ଗାଡ଼ିକୁ ରୋକି ଦିଆଯାଇଥିଲା । ଯଦିଓ ଇମ୍ରାନଙ୍କୁ କୌଣସି କ୍ଷତି ହୋଇନଥିଲା, କିନ୍ତୁ ତାଙ୍କ କାରକେଡରେ ସାମିଲ ହୋଇଥିବା କିଛି ସମର୍ଥକଙ୍କୁ ଆଘାତ ଲାଗିଥିଲା । ଅନ୍ୟପକ୍ଷରେ ଇମ୍ରାନଙ୍କ ଘରେ ବହୁସଂଖ୍ୟକ ପୋଲିସ ବଳପୂର୍ବକ ଧଶେଇ ପଶିଥିଲେ । ପାଖାପାଖି ୧୦ହଜାର ପୋଲିସ ଇମ୍ରାନଙ୍କ ବାସଭବନ ଆଗରେ ମୁତୟନ ହୋଇଥିଲେ । ତେବେ ଇମ୍ରାନଙ୍କ ଘରୁ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଓ ପେଟ୍ରୋଲ ବୋମା ଜବତ ହୋଇଥିବା ସୂଚନା । ଏହାସହ ଏକେ-୪୭ ରାଇଫଲ ମଧ୍ୟ ଜବତ କରିଛି ପୋଲିସ ।