ନୂଆଦିଲ୍ଲୀ: ଫେବୃଆରୀ ୨୩: ଇପିଏଫ୍ଓର ନୂଆ ପେନ୍ସନ୍ ସ୍କିମ୍। ସାଧାରଣ ଚାକିରିଆଙ୍କ ପାଇଁ ଆସିପାରେ ଖୁସି ଖବର । ୧୫୦୦୦ରୁ ଅଧିକ ବେତନ ପାଉଥିବା ଲୋକ ହୋଇପାରନ୍ତି ଉପକୃତ । ବାଧ୍ୟତାମୂଳକ କର୍ମଚାରି ପେନସନ ସ୍କିମ ୧୯୯୫ ପରିସରରେ ଆସୁ ନଥିବା କର୍ମଚାରିଙ୍କ ଲାଗି ଏହା କାର୍ଯ୍ୟକାରି କରାଯିବାକୁ ବିଚାର କରାଯାଉଛି। ମାର୍ଚ୍ଚ ୧୧ ଓ ୧୨ରେ ଗୌହାଟିର ବୈଠକରେ ଇପିଏଫ୍ଓ ଗଠନ କରିଥିବା ପେନସନ ସଂକ୍ରାନ୍ତ ଏକ ଉପକମିଟି ମଧ୍ୟ ଏହାର ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏବେ ୧୫ ହଜାର ଟଙ୍କାରୁ ଉର୍ଦ୍ଧ ବେତନ ଲାଭ କରୁଥିବା ଇପିଏଫ୍ଓ ହିତାଧିକାରିମାନେ ଇପିଏସ୍-୯୫ ଆଧାରରେ ୮.୩୩% ହାରରେ ଯୋଗଦାନ ରଖୁଛନ୍ତି। ଫଳରେ ଯୋଗଦାନ କମ ଥିବାରୁ ପେନସନ ମଧ୍ୟ କମ ମିଳୁଛି। ୨୦୧୪ ମସିହାରେ ଇପିଏଫ୍ଓ ଏହାର ସ୍କିମରେ ପରିବର୍ତ୍ତନ କରିବା ସହ ମାସିକ ପେନସନ ଲାଭ ପାଇଁ ହାରାହାରି ବେତନ ୧୫ ହଜାର ଟଙ୍କା କରିଥିଲା। ଚାକିରିରେ ଯୋଗ ଦେବା ସମୟରେ କେବଳ ଏହି ସୀମା ଲାଗୁ ହୋଇଥାଏ। ୨୦୧୪ ସେପ୍ଟେମ୍ବର ପହିଲାରୁ ଏହାକୁ ୬,୫୦୦ ଟଙ୍କାରୁ ପରିବର୍ତ୍ତନ କରାଯାଇ ସୀମାରେ ବୃଦ୍ଧି କରାଯାଇଥିଲା।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍