ଭାରତର ବିଭିନ୍ନ ପ୍ରାନ୍ତରେ ଏବେ ଲୋକମାନେ ଜ୍ୱର, କାଶ ଓ ଥଣ୍ଡା ଭଳି ଲକ୍ଷଣ ଥିବା ରୋଗରେ ପଡ଼ିବାରେ ଲାଗିଛନ୍ତି । ବିଗତ ଦୁଇ ମାସ ହେଲାଣି ସମସ୍ତଙ୍କୁ ଏହି ଲକ୍ଷଣ ସବୁ ଦେଖାଯାଉଛି । ଦୀର୍ଘଦିନ ଧରି ଜ୍ୱର ଓ କାଶ ଲାଗି ରହୁଛି । ମହାମାରୀ କରୋନା ସହ ୨ ବର୍ଷ ଲଢ଼ିଥିବା ଲୋକମାନେ ଏବେ ପୁଣି ଥଣ୍ଡା, କାଶ ଓ ଜ୍ୱରକୁ ଦେଖି ଆତଙ୍କିତ ହେବାରେ ଲାଗିଛନ୍ତି । ଏସବୁ ଭିତରେ କେନ୍ଦ୍ର ସରକାର ସତର୍କ ସୂଚନା ବା ଆଡଭାଇଜରୀ ଜାରି କରିଛନ୍ତି। ଆଇସିଏମଆର କହିଛି ଯେ ସମଗ୍ର ଦେଶରେ ଏବେ ଜ୍ୱର ଓ ଫ୍ଲୁ ମାମଲାର ବଢ଼ିବାରେ ଲାଗିଛି । ଇନଫ୍ଲୁଏଞ୍ଜା ଏ ସବଟାଇପ ଏଚ୩ଏନ୨ ଭାଇରସ ଯୋଗୁ ଏପରି ଘଟଣା ସାମ୍ନାକୁ ଆସୁଛି । ଅନ୍ୟ ସବ ଟାଇପ ଅପେକ୍ଷା ଏଚ୩ଏନ୨ ଭାଇରସ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ ମତରେ ବିଗତ ୨ରୁ ୩ ମାସ ହେଲାଣି ଏଚ୩ଏନ୨ ଭାଇରସ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ