January 11, 2026

ଇତିହାସ ରଚିଲେ ପିଭି ସିନ୍ଧୁ

ସିଙ୍ଗାପୁର ଓପନ୍ସ ଜିତିଲେ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ । ସିଙ୍ଗାପୁର ଓପନ ମହିଳା ସିଙ୍ଗଲ୍ସରେ ଏତିହାସିକ ବିଜୟ ହାସଲ କରିଛନ୍ତି ସିନ୍ଧୁ । ଫାଇନାଲରେ ଚୀନ ଖେଳାଳି ୱଙ୍ଗ ଝିଙ୍କୁ ୨୧-୯, ୧୧-୨୧ ଓ ୨୧-୧୫ରେ ହରାଇଛନ୍ତି । ବର୍ଷକ ଭିତରେ ଏହା ହେଉଛି ସିନ୍ଧୁଙ୍କର ତୃତୀୟ ସଫଳତା । ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ସୁପର-୫୦୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ତଥା ସିଙ୍ଗାପୁର ଓପନ୍ ୨୦୨୨ ଜିତିଛନ୍ତି। ଭାରତର ଷ୍ଟାର ସଟଲର ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ଫାଇନାଲରେ ଚୀନର ୱାଙ୍ଗ ଝିଙ୍କୁ ପରାସ୍ତ କରିଛନ୍ତି। ସିନ୍ଧୁ ସିଙ୍ଗାପୁର ଓପନ୍ ଜିତି ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ଦାବିକୁ ମଜବୁତ କରିଛନ୍ତି।

SHARE BY