ମହିଳା ବିଧାୟକମାନଙ୍କ ପାଇଁ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ସେସନ । ଇତିହାସ ରଚିବ ଉତ୍ତର ପ୍ରଦେଶ ବିଧାନସଭା । ଉତ୍ତର ପ୍ରଦେଶ ବିଧାନମଣ୍ଡଳର ମୌସୁମୀ ଅଧିବେଶନ ମହିଳା ସଦସ୍ୟ ମାନଙ୍କ ପାଇଁ ସ୍ମରଣୀୟ ହେବାକୁ ଯାଉଛି । ବିଧାନସଭା ଅଧିବେଶନରେ ଏଥର ଗୋଟିଏ ଦିନ କେବଳ ମହିଳା ମାନଙ୍କ ପାଇଁ ଗୋଟିଏ ସେସନ ହେବ । ଆଗାମୀ ସେପ୍ଟେମ୍ବର 22 ତାରିଖ ଦିନ ମହିଳା ବିଧାୟକଙ୍କ ପାଇଁ ଏହି ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବାକୁ ଯାଉଛି । ଅର୍ଥାତ ସେହି ଦିନ କେବଳ ମହିଳା ବିଧାୟକ ମାନଙ୍କୁ ଅଗ୍ରାଧିକାର ଭିତିରେ ବିଧାନସଭାରେ କହିବାକୁ ସୁଯୋଗ ଦିଆଯିବ । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉତ୍ତର ପ୍ରଦେଶ ବିଧାନସଭା କାର୍ଯ୍ୟ ପରାମର୍ଶଦାତା ସମିତିର ବୈଠକରେ ଏହି ନିଷ୍ପତି ନିଆଯାଇଛି । ବିଧାନସଭାର ବାଚସ୍ପତି ସତୀଶ ମହାନା କହିଛନ୍ତି ଯେ ସେହି ଦିନ ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍