ଭାରତ ଓ ଜାପାନ୍ ଏକାଠି ହୋଇ ଚୀନକୁ ଦେବେ ଚ୍ୟାଲେଞ୍ଜ । ଇଣ୍ଡୋ ପେସିଫିକ୍ରେ ଚୀନର ଦବଦବା ବଢୁଥିବା ବେଳେ ଏହାକୁ ମାତ୍ ଦେବାକୁ ସେହି ଅଞ୍ଚଳରେ ଭାରତ ଓ ଜାପାନର ବାୟୁସେନା ଡ୍ରିଲ ଆରମ୍ଭ କରିବାକୁ ଯାଉଛି । ଏଥିସହ ଉଭୟ ଦେଶରେ ମଧ୍ୟରେ ଅସ୍ତ୍ରଶସ୍ତ୍ର ନେଇ ମଧ୍ୟ କିଛି ଚୁକ୍ତି ହେବ । ଶିଳ୍ପ କ୍ଷେତ୍ରରେ ସହଭାଗିତା ନେଇ ମଧ୍ୟ ଉଭୟ ଦେଶ ପ୍ରୟାସ କରିବେ । ଭାରତର ପ୍ରତିରକ୍ଷା ମନ୍ତ୍ରୀ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ୟାଶୁକାଜୁ ହାମଦାଙ୍କୁ ଭେଟିଛନ୍ତି । ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ମେରିଟାଇମ ଡୋମେନ ଆୱାରନେସ ଜରିଆରେ ଚୀନକୁ ଚକ୍ମା ଦେବାକୁ ସହମତି ପ୍ରକାଶ ପାଇଛି । ଏହାସହ ଭାରତ ନିଜର ପ୍ରତିରକ୍ଷା ବଜେଟ ବଢ଼ାଇବା ସହ ଜାପାନଠୁ ଘାତକ ଅସ୍ତ୍ରଶସ୍ତ୍ର ଆଣିବା ନେଇ ଆଲୋଚନା ହୋଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ